ଘର ଭିତରେ ପଶି ପୂର୍ବତନ ମହିଳା ସାଂସଦ ଓ ବଡିଗାର୍ଡଙ୍କୁ ଗୁଳି କରି ହତ୍ୟା

କାବୁଲ: ଆଫଗାନିସ୍ତାନର ପୂର୍ବତନ ମହିଳା ସାଂସଦ ମୁରସ ନାବିଜାଦା ଓ ତାଙ୍କର ଜଣେ ବଡିଗାର୍ଡଙ୍କୁ ଅଜଣା ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଛନ୍ତି। ନାବିଜାଦା କାବୁଲ ସ୍ଥିତି ତାଙ୍କ ବାସଭବନରେ ଥିବା ବେଳେ ଏପରି ଘଟଣା ଘଟିଛି। ପୁଲିସ୍‌ ଏବେ ଦୁର୍ବୃତ୍ତମାନଙ୍କୁ ଠାବ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ୨୦୨୧ ଅଗଷ୍ଟରେ ତାଲିବାନ ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିଥିଲା। ଏହାପରେ ଅନେକ ମହିଳା ସାଂସଦ ଭୟରେ ଦେଶ ଛାଡ଼ି ଦେଇଥିଲେ। ତେବେ ଆଫଗାନରେ ସାହାସ ଦେଖାଇ ରହିଥିବା କିଛି ହାତ ଗଣତି ମହିଳା ସାଂସଦଙ୍କ ମଧ୍ୟରେ ନାବିଜାଦା ରହିଥିଲେ। ଏବେ କିନ୍ତୁ ସେ ହତ୍ୟାର ଶିକାର ହୋଇଛନ୍ତି। ତାଲିବାନ କ୍ଷମତା ଦଖଲ କରିବା ପରେ ପୂର୍ବରୁ ସରକାରରେ ଥିବା କୌଣସି ସାଂସଦ ବା ଅଧିକାରୀଙ୍କୁ ହତ୍ୟା କରାଯାଇଛି। ପୁଲିସ୍‌ କହିଛି ଯେ ଭୋର ପ୍ରାୟ ୩ଟା ବେଳେ ନାବିଜାଦା ଓ ତାଙ୍କ ବଡିଗାର୍ଡଙ୍କୁ ହତ୍ୟା କରାଯାଇଛି।

Leave A Reply

Your email address will not be published.