କାମ କରୁଥିବା ବେଳେ ଖସିଲା ଲୁହା ବିମ୍‌, ୨ଶ୍ରମିକ ମୃତ

ନୟାଗଡ଼ : ରାଇସ ମିଲ୍‌ରେ କାମ କରୁଥିବା ବେଳେ ୨ଶ୍ରମିକଙ୍କ ଉପରେ ଲୁହା ବିମ୍‌ ଖସିପଡ଼ିବାରୁ ସେମାନଙ୍କର ମୃତ୍ୟୁ ଘଟିଛି। ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ରୋହିବାଙ୍କ ସ୍ଥିତ ଏକ  ରାଇସ ମିଲ୍‌ରେ ଏହି ଅଘଟଣ ଘଟିଛି। ମୃତକ ଦ୍ୱୟ ହେଲେ ଗଞ୍ଜାମ ଜିଲ୍ଲା ତିରିସିଂହ ଗାଁର ରାମେଶ୍ୱର ଦିହୁଡ଼ି  ଓ ବଡ଼ମ୍ବା ନରସିଂହପୁରର ପ୍ରମୋଦ ମହାରଣା l ଆଜି ସକାଳେ ରାଇସ ମିଲ୍‌ରେ ପ୍ରମୋଦ ଓ ରାମେଶ୍ୱରଙ୍କ ସହ କିଛି ଶ୍ରମିକ କାମ କରୁଥିଲେ। ଏହି ସମୟରେ ହଠାତ୍ ପ୍ରମୋଦ ଓ ରାମେଶ୍ୱରଙ୍କ ଉପରେ ଲୁହା ବିମ୍‌ ଖସି ପଡ଼ିଥିଲା। ସେମାନେ ଦୁଇ ଜଣ  ବିମ୍ ତଳେ ଚାପି ହୋଇଥିଲେ। ଅନ୍ୟ ଶ୍ରମିକମାନେ ସେମାନଙ୍କୁ ଉଦ୍ଧାର କରି ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।  ଓଡଗାଁ ପୁଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.