ପୂର୍ବ ଶତ୍ରୁତାରୁ ହେଲା ରକ୍ତପାତ

ଜଳେଶ୍ୱର: ପୂର୍ବ ଶତ୍ରୁତାରୁ ହେଲା ରକ୍ତପାତ । କଟୁରୀରେ ଯୁବକଙ୍କୁ ହାଣିଦେଲେ ଯୁବକ । ଗୁରୁତର ଅବସ୍ଥାରେ ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ଏପରି ଅଭାବନୀୟ ଘଟଣା ବାଲେଶ୍ଵର ଜିଲ୍ଲା ବସ୍ତା ଥାନା  ଅନ୍ତର୍ଗତ ଚକ୍ରଡା ଗ୍ରାମରେ ଘଟିଛି । ଚକ୍ରଡା ଗ୍ରାମର ଆଲୋକ ବେହେରାଙ୍କ ସହିତ ପଡୋଶୀ ରିଣପଦା ଗ୍ରାମର ମନୋରଞ୍ଜନ ପାଣିଗ୍ରାହୀଙ୍କର ପୂର୍ବରୁ ବିବାଦ ଲାଗି ରହିଥିଲା । ତେବେ ଗତକାଲି ସନ୍ଧ୍ୟା ସମୟରେ  ଚକ୍ରଡା ସାପ୍ତାହିକ ହାଟ ଥିବାରୁ ମନୋରଞ୍ଜନ  ସଉଦା କିଣିବା ପାଇଁ ଚକ୍ରଡା ଯାଇଥିଲେ। ହାଟରେ ଉଭୟ ମନୋରଞ୍ଜନ ଏବଂ ଆଲୋକଙ୍କର ଭେଟ ହେବାପରେ ସେଠାରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଉପସ୍ଥିତ ଲୋକେ ବୁଝାଶୁଝା କରିବାରୁ ଉଭୟ ନିଜ ବାଟରେ ଚାଲି ଯାଇଥିଲେ।

Leave A Reply

Your email address will not be published.