ମକର ମେଳା ଦେଖିବାକୁ ଯାଉଥିଲେ ବାପା,ମା’ ଓ ଛୁଆ, ହାତୀ ହାବୁଡ଼ରେ ପଡ଼ିଗଲେ

ତେଲକୋଇ : ଦନ୍ତା ହାତୀ ଆକ୍ରମଣରେ ଗୋଟିଏ ପରିବାରର ୩ଜଣ ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ବିମଳା ଫରେଷ୍ଟ ବିଟ୍ ଅଧୀନରେ। ଆହତମାନେ ହେଲେ ଢେଙ୍କାନାଳ ଜିଲ୍ଲା ରୋଡଙ୍ଗ ଗାଁର ସତ୍ୟ ଦେହୁରୀ, ତାଙ୍କ ସ୍ତ୍ରୀ ରଶ୍ମିତା ଦେହୁରୀ ଓ ୪ ବର୍ଷର ପୁଅ ଦୀନବନ୍ଧୁ ଦେହୁରୀ। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସତ୍ୟ ନିଜର ପରିବାର ସହ କେନ୍ଦୁଝର ଜିଲ୍ଲା ମକ୍କାପୁଡ଼ାରେ ଥିବା ବନ୍ଧୁ ଘରକୁ ଆସିଥିଲେ। ଗତକାଲି ବିଳମ୍ବିତ ରାତିରେ ସତ୍ୟ, ତାଙ୍କ ସ୍ତ୍ରୀ ଓ ପୁଅ ମକର ଯାତ୍ରା ଦେଖିବାକୁ ପୁରୁଷୋତ୍ତମ ଜଙ୍ଗଲ ରାସ୍ତା ଦେଇ ବିମଳା ଗାଁକୁ ଯାଉଥିଲେ। ଏହି ସମୟରେ ବାଟରେ ସେମାନେ ଏ ଦନ୍ତା ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀଟି ଦେଖି ସେମାନେ ଦୌଡ଼ିବାକୁ ଚେଷ୍ଟା କରିଥିଲେ। ହେଲେ ହାତୀଟି ଗୋଡ଼ାଇ ଗୋଡ଼ାଇ ସେମାନଙ୍କୁ ଆକ୍ରମଣ କରିଥିଲା। ଖବର ପାଇ ହାତୀ ସ୍ୱାର୍ଡର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଘଉଡାଇଥିଲେ। ତିନିଜଣଙ୍କୁ ଉଦ୍ଧାର କରାଯାଇ ତେଲକୋଇ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସତ୍ୟଙ୍କ ସ୍ତ୍ରୀ ରଶ୍ମିତା ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସତ୍ୟ ଓ ତାଙ୍କୁ ପୁଅ ତେଲକୋଇ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିଧୀନ ଅଛନ୍ତି।

Leave A Reply

Your email address will not be published.