୭ ବର୍ଷ ହେଲା ପଲିଥିନ୍‌ ତଳେ ମୁଣ୍ଡ ଗୁଞ୍ଜିଛନ୍ତି ଲୁଡ଼ଗୀ

ଜଳେଶ୍ୱର: ଜଣେ ମହିଳା ୭ ବର୍ଷ ହେଲା ପଲିଥିନ୍‌ ତଳେ ମୁଣ୍ଡ ଗୁଞ୍ଜିଛନ୍ତି। ତଥାପି ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳୁନି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍‌ ଆରୁହା ପଞ୍ଚାୟତର ୫୫ ବର୍ଷ ବୟସ୍କ ଲୁଡଗୀ ସିଂ। ଲୁଡଗୀ ମାତ୍ର ୧୫ ବର୍ଷ ହୋଇଥିବା ବେଳେ ବାପା ଆରପାରିକୁ ଚାଲିଗଲେ। ଜନ୍ମରୁ ରୋଗଗ୍ରସ୍ତ ଲୁଡଗୀ ବିବାହ କରି ନଥିବା ବେଳେ ମାଆ ଭରସାରେ ହିଁ ସେ ଜୀବନ ଜିଉଥିଲେ। ତେବେ ଝିଅକୁ ଏକା କରି ମାଆ ବି ୧୫ ବର୍ଷ ତଳେ ଆରପାରିକୁ ଚାଲିଗଲେ। ଭୂମିହୀନ ଲୁଡଗୀଙ୍କ ଦୁଇ ଭାଇ ଥିଲେ ମଧ୍ୟ ତାଙ୍କୁ ଆଡ଼ଆଖିରେ ଦେଖନ୍ତି ନାହିଁ। ରୋଗଗ୍ରସ୍ତ ଶରୀର ପାଇଁ କାମ କରି ପାରୁ ନଥିବା ଲୁଡଗୀ ଅନ୍ୟମାନଙ୍କ ସହାୟତାରେ ଜୀବନ ବିତାଉଛନ୍ତି। ତଥାପି କେଉଁଦିନ ଖାଇବାକୁ ମିଳେ ତ ଆଉ କେଉଁଦିନ ଉପବାସ ରହିବାକୁ ପଡ଼େ। ଏପରି ଦୟନୀୟ ଅବସ୍ଥାରେ ଜୀବନ ବିତାଉଥିବା ଲୁଡଗୀଙ୍କୁ ଆଜିପର୍ଯ୍ୟନ୍ତ ଭତ୍ତା ମିଳିପାରି ନାହିଁ। ସେହିପରି ବାପାଙ୍କ ପୁରୁଣା ଝାଟିମାଟି ଘର ଭାଙ୍ଗିଯିବା ପରେ ଗତ ୭ ବର୍ଷ ହେଲା ଲୁଡଗୀ ପଲିଥିନ୍‌ ତଳେ ସେ ମୁଣ୍ଡ ଗୁଞ୍ଜିଛନ୍ତି।

Leave A Reply

Your email address will not be published.