୩୨୦ କୋଟି ଟଙ୍କା ଆୟ କରି ରେକର୍ଡ କଲା ସାବରିମାଲା ମନ୍ଦିର

ତିରୁବନନ୍ତପୁରମ୍‌: ଆଜି କେରଳସ୍ଥିତ ସାବରିମାଲା ମନ୍ଦିରର ବାର୍ଷିକ ତୀର୍ଥଯାତ୍ରା ସମୟ ଶେଷ ହେଉଥିବା ବେଳେ ଚଳିତ ବର୍ଷ ମନ୍ଦିର ୩୨୦ କୋଟି ଟଙ୍କା ଆୟ କରି ରେକର୍ଡ କରିଥିବା କଥା ମନ୍ଦିର ବୋର୍ଡର ଜଣେ ବରିଷ୍ଠ ଅଧିକାରୀ ଗୁରୁବାର ଦିନ କହିଛନ୍ତି। ଜାନୁଆରି ୧୪ ତାରିଖ ସୁଦ୍ଧା ଉପରୋକ୍ତ ଅର୍ଥ ଉପାର୍ଜିତ ହୋଇଥିବା କଥା ସେ ସୂଚନା ଦେଇଛନ୍ତି। ପୂର୍ବରୁ ୨୦୧୮ରେ ସର୍ବାଧିକ ୨୬୦ କୋଟି ଟଙ୍କା ଆୟ ହୋଇଥିବା ରେକର୍ଡ କରାଯାଇଥିଲା।କିନ୍ତୁ, ୨ ବର୍ଷର ମହାମାରୀ କଟକଣା ଅବସାନ ଘଟିବା ପରେ ଚଳିତ ବର୍ଷ ବହୁ ଯାତ୍ରୀଙ୍କ ଆଗମନ ହେତୁ ମନ୍ଦିର ଆୟ ସର୍ବକାଳୀନ ରେକର୍ଡ ଭଙ୍ଗ କରିଥିବା କଥା ‘ତ୍ରାବଣକୋର୍‌ ଦେବସ୍ବୋମ ବୋର୍ଡ’ର (ଟିଡିବି) ପରିସଂଖ୍ୟନରୁ ଜଣାପଡ଼ିଛି। ‘ଟିଡିବି’ ମନ୍ଦିରର ଦୈନନ୍ଦିନ କାର୍ଯ୍ୟ ପରିଚାଳନା କରେ।

Leave A Reply

Your email address will not be published.