ଭାରତର କ୍ରମାଗତ ଶୃଙ୍ଖଳା ବିଜୟ: ନ୍ୟୁଜିଲାଣ୍ଡ୍‌ ୧୦୮; ଭାରତ ୮ ୱିକେଟ୍‌ରେ ଜିତିଲା

ରାୟପୁର: ଦିନିକିଆ ବିଶ୍ବକପ୍‌ ବର୍ଷରେ ଏହି ଫର୍ମାଟର ପ୍ରଥମ ଦୁଇ ଶୃଙ୍ଖଳାକୁ ଭାରତ କ୍ରମାଗତ ଭାବେ ଜିତିନେଇଛି। ଗତ ସପ୍ତାହରେ ଶ୍ରୀଲଙ୍କାକୁ ୩-୦ରେ ମୂଳପୋଛ କରିଥିବା ଭାରତ ଶନିବାର ନ୍ୟୁଜିଲାଣ୍ଡ୍‌ ବିପକ୍ଷ ୩ ମ୍ୟାଚ୍‌ ଶୃଙ୍ଖଳାକୁ ଆଗୁଆ ୨-୦ରେ ଜିତିଛି। ଶନିବାର ରାଏପୁରର ସହିଦ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଭାରତ ବୀର ଭଳି ଏକତରଫା ବିଜୟ ପାଇଥିଲା। ଭ୍ରମଣକାରୀ ନ୍ୟୁଜିଲାଣ୍ଡ୍‌ ପାଳିକୁ ଭାରତୀୟ ବୋଲରମାନେ ଧ୍ବସ୍ତ ବିଧ୍ବସ୍ତ କରି ମାତ୍ର ୧୦୮ ରନ୍‌ରେ ଶେଷ କରି ଦେଇଥି‌ଲେ। ମହମ୍ମଦ ସାମି ପ୍ରାରମ୍ଭିକ ବିପର୍ଯ୍ୟୟ ଘଟାଇବା ପରେ ମହମ୍ମଦ ସିରାଜ, ହାର୍ଦିକ ପାଣ୍ଡ୍ୟା, ଶାର୍ଦୁଳ ଠାକୁର ମଧ୍ୟ ଭାଗ ବିଗାଡ଼ି ଦେଇଥିଲେ। ଦୁଇ ସ୍ପିନର୍‌ ୱାସିଂଟନ୍ ସୁନ୍ଦର ଓ କୁଲଦୀପ ଯାଦବ ମିଳିତ ଭାବେ ୩ ୱିକେଟ୍ ବାଣ୍ଟି ନେଇଥିଲେ। ଘରୋଇ ଦଳ ପ୍ରଥମ ପାୱାର ପ୍ଲେ ୧୦ ଓଭର ଭିତରେ ୫ ୱିକେଟ୍ ହରାଇବା ପରେ ଆଉ ପ୍ରତ୍ୟାବର୍ତନ କରିପାରିନଥିଲା। ମଧ୍ୟକ୍ରମରେ ଗ୍ଲେନ୍ ଫିଲିପ୍ସ (୩୬), ମିଚେଲ୍‌ ସାଣ୍ଟନର୍‌ (୨୭), ମାଇକେଲ୍ ବ୍ରେସ୍‌ୱେଲ୍ (୨୨) ସାମୟିକ ଲଢ଼ିଥିଲେ। ଏହି ୩ ଜଣ ମଧ୍ୟ ନ୍ୟୁଜିଲାଣ୍ଡ୍ ପାଳିରେ କେବଳ ଦୁଇ ଅଙ୍କ ଛୁଇଁ ପାରିଥିଲେ।

Leave A Reply

Your email address will not be published.