ମୁମ୍ବାଇ-ଗୋଆ ରାଜପଥରେ କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା; ୯ ମୃତ

ପୁଣେ: ଆଜି ମହାରାଷ୍ଟ୍ରର ରାୟଗଢ଼ ଜିଲ୍ଲା ଅନ୍ତର୍ଗତ ମନଗାଓଁ ଅଞ୍ଚଳ ଦେଇ ଯାଇଥିବା ମୁମ୍ବାଇ-ଗୋଆ ରାଜପଥରେ ଗୋଟାଏ ଟ୍ରକ୍‌ ଓ ଗୋଟାଏ କାର୍‌ ସହିତ ମୁହାଁମୁହିଁ ଧକ୍କା ଖାଇବାରୁ ଅନ୍ୟୂନ ୯ଜଣଙ୍କର ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି। ପୁଲିସ କହିବା ଅନୁସାରେ, ଭୋର୍‌ ପ୍ରାୟ ୫ଟା ବେଳେ ରେପୋଲି ଗାଁ ନିକଟରେ ଦୁର୍ଘଟଣା ଘଟିଛି। ରାସ୍ତାର ବିପରୀତ ପାର୍ଶ୍ବରୁ ଆସୁଥିବା ଗୋଟାଏ ଟ୍ରକ୍‌ ଗୋଟାଏ ‘ଇକୋ’ କାର୍‌କୁ ଧକ୍କା ଦେଇଥିଲା। ଦୁର୍ଘଟଣାଯୋଗୁଁ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି, ୫ଜଣ ପୁରୁଷ, ୩ଜଣ ମହିଳା ଓ ଜଣେ ପିଲା।

Leave A Reply

Your email address will not be published.