ଶୀତ ଦି‌ନେ ରକ୍ତ ସଂକଟ

ବ୍ରହ୍ମପୁର : ଏମ୍‌କେସିଜି ବଡ଼ ଡାକ୍ତରଖାନା ପରିସରରେ ଥିବା ରକ୍ତଭଣ୍ଡାରରେ ରକ୍ତର ଉତ୍କଟ ଅଭାବ ପରିଲକ୍ଷିତ ହୋଇଛି। ପରିସ୍ଥିତି ଏମିତି ହୋଇଛି ଯେ ରକ୍ତଭଣ୍ଡାରରେ ନେଗେଟିଭ୍‌ ଗ୍ରୁପ୍‌ ପୂରା ଖାଲି ହୋଇଯାଇଛି। ଫଳରେ ଜରୁରି ପରିସ୍ଥିତିରେ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶୀତ ଦିନରେ ଏଭଳି ରକ୍ତ ଅଭାବ ସାଧାରଣ ଲୋକଙ୍କୁ ଚକିତ କରିଛି। ରକ୍ତଭଣ୍ଡାରରେ ମୋଟ ରକ୍ତ ୟୁନିଟ୍‌ ସଂଖ୍ୟା ଶହେ ମଧ୍ୟରେ ସୀମିତ ରହିଛି। ନେଗେଟିଭ୍‌ ଗ୍ରୁପ୍‌ ଠିକ୍‌ ସମୟରେ ନପାଇ ରୋଗୀ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳୁଛି। କରୋନା ସଂକ୍ରମଣ ଏବେ ନିୟନ୍ତ୍ରଣରେ ରହିଛି। କୋଭିଡ୍‌ ଗାଇଡ୍‌ ଲାଇନ୍‌ ମଧ୍ୟ ଉଠିଛି। ବିଭିନ୍ନ ବର୍ଗର ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତନ୍ମଧ୍ୟରେ ସ୍ବେଚ୍ଛାକୃତ ରକ୍ତଦାତା ମଧ୍ୟ ରହିଛନ୍ତି। ପୂର୍ବଭଳି ରକ୍ତଦାତା ଶିବିରକୁ ଆସୁ ନାହାନ୍ତି। ଏଣୁ ରକ୍ତ ୟୁନିଟ୍‌ ସଂଖ୍ୟା ହ୍ରାସ ପାଇଛି। ଏବେ ସମସ୍ତଙ୍କୁ ମାଗଣାରେ ରକ୍ତ ପ୍ରଦାନ କରାଯାଉଛି। ଯେଉଁମାନେ ରକ୍ତ ନେଉଛନ୍ତି ସେମାନଙ୍କର ସମ୍ପର୍କୀୟଙ୍କୁ ଗୋଟିଏ ୟୁନିଟ୍‌ ରକ୍ତଦାନ କରିବାକୁ କୁହାଯାଉଛି। ଯେଉଁମାନେ ଡୋନର୍‌ ଯୋଗାଡ଼ କରିପାରୁ ନାହାନ୍ତି ସେମାନଙ୍କୁ ମଧ୍ୟରେ ରକ୍ତ ପ୍ରଦାନ କରାଯାଉଛି। ସେପଟେ ରକ୍ତଭଣ୍ଡାରରୁ ୫ଶହରୁ ଊର୍ଦ୍ଧ୍ବ ଥାଲାସେମିଆ, ସିକିଲ୍‌ସେଲ୍‌ ଓ ହେମୋଫିଲିଆ ରୋଗୀ ପ୍ରତି ମାସରେ ରକ୍ତଭଣ୍ଡାରରୁ ରକ୍ତ ନେଇଥା’ନ୍ତି।

Leave A Reply

Your email address will not be published.