ଦ୍ୱୈତ ନଗରୀ ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ

ଭୁବନେଶ୍ବର: ଆଜି ଦ୍ୱୈତ ନଗରୀ କଟକ- ଭୁବନେଶ୍ୱରର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିଛି। କଟକ- କଟକ- ଭୁବନେଶ୍ୱରରେ ଘନ କୁହୁଡ଼ିର ଆସ୍ତରଣ ପରିଲକ୍ଷିତ ହୋଇଛି। ରାସ୍ତାରେ ୨୦ରୁ ୩୦ ମିଟର ଯାଏଁ ଦୂରକୁ ଦେଖିବା କଷ୍ଟକର ହୋଇପଡ଼ିଛି। ଏହାଫଳରେ ଗାଡ଼ି ଚଳାଚଳ ଏବଂ ଯାତାୟତରେ ସମସ୍ୟା ଉପୁଜୁଛି। ଉପକୂଳ ଜିଲ୍ଲାର ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ଅନୁଭୂତ ହୋଇଛି। ଅନୁଗୁଳ ଓ ଉତ୍ତର ଅଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି ପଡ଼ିଥିଲା। ସୂଚନାଯୋଗ୍ୟ, ବାୟୁମଣ୍ଡଳରେ ଆର୍ଦ୍ରତା ବୃଦ୍ଧି କାରଣରୁ ଆଗାମୀ ୨ଦିନ ରାଜ୍ୟର ଉପକୂଳରୁ ନେଇ ଉପାନ୍ତ ପର୍ଯ୍ୟନ୍ତ କିଛି ଜିଲ୍ଲାରେ ଘନକୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଥିଲା। ଚଳିତ ବର୍ଷ ଜାନୁଆରି ମାସରେ ଅଧିକ ମାତ୍ରାରେ ଘନକୁହୁଡ଼ି ହେଉଥିବାରୁ ଓଡ଼ିଶାରେ ଅଧିକାଂଶ ଟ୍ରେନ୍ ବିଳମ୍ବରେ ଚାଲୁଥିବାର ବି ପରିଲକ୍ଷିତ ହେଉଛି। ଏଥିଲାଗି ଯାତ୍ରୀମାନେ ନିର୍ଦ୍ଧାରିତ ସମୟରେ ନିଜର ଗନ୍ତବ୍ୟସ୍ଥଳରେ କହଞ୍ଚି ପାରୁ ନଥିବା କୁହାଯାଉଛି।

Leave A Reply

Your email address will not be published.