ୟୁକ୍ରେନ ଉପରେ ରୁଷର ମିଶାଇଲ ଆକ୍ରମଣ, ୧୧ ମୃତ, ୩୫ ବିଲିଡିଂ ନଷ୍ଟ

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ଥମିବାରେ ନାଁ ନେଉନାହିଁ । ୟୁକ୍ରେନଙ୍କୁ ପଶ୍ଚିମ ଦେଶରୁ ମିଳୁଥିବା ସୈନ୍ୟ ସମର୍ଥନ ଯୋଗୁଁ ରୁଷରେ ହଡକମ୍ପ ସୃଷ୍ଟି ହୋଇଛି । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସେନା ୟୁକ୍ରେନ ଉପରେ ମିସାଇଲ ମାଡ଼ କରିଛି। ଏହି ମିଶାଇଲ ଆକ୍ରମଣରେ ୧୧ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ରୁଷ ପକ୍ଷରୁ ମିଶାଇଲ ଆକ୍ରମଣକୁ ଆମେରିକା କଡ଼ା ନିନ୍ଦା କରିଛି । ରୁଷର ମିଶାଇଲ ଆକ୍ରମଣରେ ୟୁକ୍ରେନର ପାଖାପାଖି ୧୧ଟି ଅଞ୍ଚଳକୁ କ୍ଷତି ପହଞ୍ଚିଛି । ୩୫ରୁ ଅଧିକ ବିଲିଡିଂ ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି ।ରିପୋର୍ଟ ମୁତାବକ, ଗୁରୁବାର ଦିନ ୟୁକ୍ରେନ ଉପରେ ରୁଷର ମିଶାଇଲ ମାଡ ଯୋଗୁଁ ଅତିକମରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ତେବେ କିଭ୍‌ ଅଞ୍ଚଳରେ ଅଧିକ କ୍ଷତି ଘଟିଛି। ଏଥିପାଇଁ ଉଦ୍ଧାର କାର୍ଯ୍ୟରେ ପାଖାପାଖି ୧୦୦ ଜଣ ଲାଗିଛନ୍ତି । ଆମେରିକା ପକ୍ଷରୁ ୟୁକ୍ରେନରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାର ପ୍ରତି ସମ୍ବେଦନା ବ୍ୟକ୍ତ କରିବା ସହିତ ଆହତଙ୍କୁ ସହାନୁଭୂତି ଜଣାଇଥିଲେ ।

Leave A Reply

Your email address will not be published.