ପାକିସ୍ତାନରେ ଡଙ୍ଗା ବୁଡ଼ି ୧୦ ଛାତ୍ରଙ୍କ ମୃତ୍ୟୁ; ବଣଭୋଜି କରିବାକୁ ଯାଉଥିବା ବେଳେ ଦୁର୍ଘଟଣା

ପାକିସ୍ତାନର ଖୈବର ପଖତୁନଖ୍ଵାରେ ଡଙ୍ଗା ବୁଡ଼ି ୧୦ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି। କୋହଟ ଜିଲ୍ଲାର ଏକ ମଦ୍ରାସାର କିଛି ଛାତ୍ର ଏବଂ ଶିକ୍ଷକ ରବିବାର ଏଠାକୁ ବଣଭୋଜି କରିବାକୁ ଆସିଥିଲେ। ସମସ୍ତେ ଡଙ୍ଗାରେ ଯାଉଥିବା ସମୟରେ ହଠାତ୍‌ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ ୧୭ ଜଣ ଛାତ୍ରଙ୍କୁ ଉଦ୍ଧାର କରି ନିଆଯାଇଥିବା ଜଣାପଡ଼ିଛି। ମୃତ ଛାତ୍ରମାନଙ୍କ ବୟସ ୧୨ରୁ ୨୦ ବର୍ଷ ମଧ୍ୟରେ ହେବ ବୋଲି କୁହାଯାଉଛି। ଏହାପୂର୍ବରୁ ପାକିସ୍ତାନର ବଲୁଚିସ୍ତାନରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା। ମିଡିଆ ରିପୋର୍ଟ ମୁତାବକ, ବଲୁଚିସ୍ତାନର ଲାସବେଲାରେ ଏକ ଯାତ୍ରୀବାହୀ ବସ୍‌ ଖାଇରେ ଖସି ପଡ଼ିବା ଫଳରେ ଅତି କମରେ ୩୯ ଜଣଙ୍କର ମୃତ୍ୟୁ ଘଟିଛି। ଲାସବେଲାର ସହାୟକ କମିଶନର ହମଜା ଅଞ୍ଜୁମ୍ ଘଟଣା ବିଷୟରେ ସୂଚନା ଦେବାକୁ ଯାଇ କହିଛନ୍ତି, ପ୍ରାୟ ୪୮ ଜଣ ଯାତ୍ରୀଙ୍କୁ ନେଇ ବସ୍‌ କ୍ୱେଟାରୁ କରାଚି ଅଭିମୁଖେ ଯାଉଥିଲା। ବସ୍‌ର ବେଗ ଦ୍ରୁତ ଥିଲା। ଏହା ଲାସବେଲା ନିକଟରେ ୟୁ-ଟର୍ନ ନେବା ସମୟରେ ବ୍ରିଜର ପୋଲକୁ ଜୋର୍‌ରେ ଧକ୍କା ଦେଇଥିଲା। ଏହାପରେ ବସ୍ ଏକ ଖାଇକୁ ଖସି ପଡିଥିଲା ଏବଂ ସେଥିରେ ନିଆଁ ଲାଗି ଯାଇଥିଲା।

Leave A Reply

Your email address will not be published.