‘ବିକ୍ରମଦେବ’କୁ ମାନ୍ୟତା; କେନ୍ଦ୍ରାପଡ଼ାକୁ କେବେ?

କେନ୍ଦ୍ରାପଡ଼ା: କୋରାପୁଟ ଜୟପୁରସ୍ଥିତ ବିକ୍ରମଦେବ ସ୍ବୟ˚ଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏ ସ˚ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିବା ପରେ ବିଭିନ୍ନ ମହଲରେ ଏହାକୁ ସ୍ବାଗତ କରାଯାଇଛି। କିନ୍ତୁ କେନ୍ଦ୍ରାପଡ଼ା ସ୍ବୟ˚ଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟରେ ପରିଣତ କରିବା ପାଇଁ ଦୀର୍ଘ ବର୍ଷ ହେବ ଦାବି ହୋଇ ଆସୁଥିଲେ ମଧୢ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ନ ଦେବା ଜିଲ୍ଲାବାସୀଙ୍କ ମଧୢରେ ଅସନ୍ତୋଷର କାରଣ ହୋଇଛି। ଏ କଥା ନୁହେଁ ଯେ ବିଶ୍ବବିଦ୍ୟାଳୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖାଯାଇ ଦାବି ଜଣାଯାଇନାହିଁ। ମୁଖ୍ୟମନ୍ତ୍ରୀଙ୍କଠୁ ଶିକ୍ଷାମନ୍ତ୍ରୀଙ୍କ ଯାଏ ବିଭିନ୍ନ ସମୟରେ ଚିଠି ଲେଖାଯିବା ସହିତ ଏକାଧିକବାର ଆନ୍ଦୋଳନ ବି କରାଯାଇଛି। ଏହାସତ୍ତ୍ବେ ଦାବି ପୂରଣ ନ ହେବା କେନ୍ଦ୍ରାପଡ଼ା ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବର ପରିଚୟ ବୋଲି ସାଧାରଣରେ ଅଭିଯୋଗ ହେଉଛି।\ ରାଜ୍ୟର ସର୍ବବୃହତ୍‌ ସରକାରୀ ଅନୁଦାନପ୍ରାପ୍ତ କଲେଜ ହେଉଛି କେନ୍ଦ୍ରାପଡ଼ା। ୧୯୫୯ମସିହାରେ ପ୍ରତିଷ୍ଠା ହୋଇଥିବା ଏହି କଲେଜର ସାରା ରାଜ୍ୟରେ ସୁନାମ ଓ ସ୍ବତନ୍ତ୍ରତା ରହିଛି। ଜିଲ୍ଲାର ସର୍ବବୃହତ୍‌ କଲେଜ ହୋଇଥିବା ବେଳେ ପା˚ଚ ହଜାରରୁ ଅଧିକ ପିଲା ପାଠ ପଢ଼ୁଛନ୍ତି। ବିଶାଳ କ୍ୟାମ୍ପସ୍‌ ସା˚ଗକୁ ଅତ୍ୟାଧୁନିକ ଲାଇବ୍ରେରୀ, ଇଣ୍ତୋର‌୍‌ ଓ ଆଉଟଡୋର‌୍‌ ଷ୍ଟାଡିୟମ୍‌ ରହିଛି। ୨୦୦୬ରୁ କଲେଜକୁ ସ୍ବୟ˚ଶାସିତ ମାନ୍ୟତା ମିଳିଥିବା ବେଳେ ଲଗାତର ଦୁଇ ଦୁଇ ଥର ନାକ୍‌ ଟିମ୍‌ ଦ୍ବାରା ‘ଏ’ ଗ୍ରେଡ୍‌ ମାନ୍ୟତା ବି ହାସଲ କରିଛି। ୧୦ଟି ବିଷୟରେ ପିଜି ପାଠ୍ୟକ୍ରମ ମଧୢ ଖୋଲି ସାରିଛି। କେବଳ କେନ୍ଦ୍ରାପଡ଼ା ଜିଲ୍ଳା କାହିଁକି; ପଡେ଼ାଶୀ ଜଗତସି˚ହପୁର, ଯାଜପୁର, କଟକ, ଭଦ୍ରକ ଜିଲ୍ଲାରୁ ପିଲା ମାନେ ଏଠାରେ ପଢ଼ୁଛନ୍ତି। ଗୁଣାତ୍ମକ ପାଠପଢ଼ା ପାଇଁ ରାଜ୍ୟର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ହିସାବରେ କେନ୍ଦ୍ରାପଡ଼ାର ନାଁ ଥିଲେ ମଧୢ ବିଭିନ୍ନ କ୍ଷେତ୍ରରେ ସରକାରୀ ଅବହେଳା କଲେଜ ପାଇଁ ସମସ୍ୟା ସୃଷ୍ଟି କରୁଛି।

Leave A Reply

Your email address will not be published.