ରବୀନ୍ଦ୍ର କୁମାର ଦାସଙ୍କୁ ‘ସାମ୍ବାଦିକ ଗୌରବ ସମ୍ମାନ’

ବାଲିଗୁଡ଼ା,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲାର ପୁରୁଖା ସାମ୍ବାଦିକ ରବୀନ୍ଦ୍ର କୁମାର ଦାସଙ୍କୁ ଚଳିତ ବର୍ଷର ମର୍ଯ୍ୟାଦାପୂର୍ଣ୍ଣ ‘ସାମ୍ବାଦିକ ଗୌରବ ସମ୍ମାନ’ ପାଇଁ ସନ୍ନମାନିତ କରାଯାଇଛି । କନ୍ଧମାଳ ଭଳି ପଛୁଆ ଜିଲ୍ଲାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଜନଜୀବନ ଆଧାରିତ ବହୁ ଖବର ସଂଗ୍ରହ ତଥା ପରିବେଷଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସାମ୍ବାଦିକ କଲ୍ୟାଣ ପାଣ୍ଠି ପକ୍ଷରୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏନେଇ ଗତକାଲି ଶ୍ରୀରାମଚନ୍ଦ୍ର ଭବନ, କଟକରେ ଆୟୋଜିତ ପ୍ରବୀଣ ସାମ୍ବାଦିକ, ସମାଜସେବୀ ତଥା ରାଜନୀତିଜ୍ଞ ପଦ୍ମଭୂଷଣ ରାଧାନାଥ ରଥଙ୍କ ଶ୍ରାଦ୍ଧ ଉତ୍ସବରେ ଶ୍ରୀ ଦାସଙ୍କୁ ପୁରସ୍କାର ସ୍ୱରୂପ ୧୦ ହଜାର ଟଙ୍କା, ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇଛି । ସାମ୍ବାଦିକ କଲ୍ୟାଣ ପାଣ୍ଠି ଓ ରାଧାନାଥ ରଥ ଫାଉଣ୍ଡେସନ ଟ୍ରଷ୍ଟ ସହଯୋଗରେ ଏହି ସ୍ମୃତି ସଭା ଅନୁଷ୍ଠିତ ହୋଇଛି । ରବୀନ୍ଦ୍ର କୁମାର ଦାଶଙ୍କୁ ସାମ୍ବାଦିକ ଗୌରବ ସମ୍ମାନ ପାଇଁ ସନ୍ନମାନିତ କରାଯାଇଥିବାରୁ କନ୍ଧମାଳ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଛି ।

Leave A Reply

Your email address will not be published.