କନ୍ଧମାଳବାସୀଙ୍କ ରେଳ ଯୋଗାଯୋଗ ସ୍ୱପ୍ନ ସାକାର ହେବ

ଫୁଲବାଣୀ,ଏନ୍‌ଏନ୍‌ଏସ୍‌: କନ୍ଧମାଳକୁ ରେଳ ଯୋଗାଯୋଗ ନେଇ କନ୍ଧମାଳବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ସାକାର ହେବାକୁ ଯାଉଛି । ଚଳିତ ରେଳ ବଜେଟରେ ସମ୍ବଲପୁର-ଗୋପାଳପୁର ଭାୟା ଫୁଲବାଣୀ ୨୪୧ କିଲୋମିଟର ରେଳପଥ ପାଇଁ ୧୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏଥିପାଇଁ କନ୍ଧମାଳ ପିପୁଲସ ଫୋରମ ସଭାପତି ରାଧା ମୋହନ ମହାପାତ୍ର ରେଳମନ୍ତ୍ରୀ ଅଶ୍ୱିନୀ ବେଷ୍ଣବ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । କନ୍ଧମାଳକୁ ରେଳ ଯୋଗାଯୋଗ ନେଇ କନ୍ଧମାଳ ପିପୁଲସ ଫୋରମ ସଭାପତି ରାଧା ମୋହନ ମହାପାତ୍ର ବହୁବାର ରେଳମନ୍ତ୍ରୀଙ୍କୁ ଭେଟି ଦାବି ଉପସ୍ଥାପନ କରିଥିଲେ । ତେବେ ଯଥାଶୀଘ୍ର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜରିଆରେ ଡିପିଆର ପ୍ରସ୍ତୁତ ହୋଇ ନିତି ଆୟୋଗର ଅନୁମୋଦନ ଲାଭ କରାଯିବ ବୋଲି ସୂଚନା ମିଳିଛି । ରାଧା ମୋହନ ମହାପାତ୍ର କନ୍ଧମାଳକୁ ରେଳ ଯୋଗାଯୋଗ ନେଇ ଲଗାତାର ଉଦ୍ୟମ କରି ଆସୁଥିଲେ ।

Leave A Reply

Your email address will not be published.