ସାତକୋଶିଆରେ ବାଘ ହତ୍ୟା: କୁଆଡ଼େ ଗଲା ବାଘ ଚମଡ଼ା?

ଅନୁଗୁଳ : ଗଲାବର୍ଷ ଡିସେମ୍ବର ମାସରେ ସାତକୋଶିଆ ଅଭୟାରଣ୍ୟରୁ ବାଘ ହତ୍ୟା ଘଟଣାକୁ ଠଉରାଇଥିଲେ ସାତକୋଶିଆ କର୍ତୃପକ୍ଷ। ଦୀର୍ଘ ପ୍ରାୟ ଦେଢ଼ ବର୍ଷ ପରେ ଏ ଘଟଣା ସାମ୍ନାକୁ ଆଣିଥିବାରୁ ବନ ବିଭାଗ ସେତେବେଳେ ବେଶ୍ ବାଃ ବାଃ ସାଉଁଟିଥିଲା। ଘଟଣାକୁ ଇତିମଧ୍ୟରେ ପ୍ରାୟ ଦେଢ଼ ମାସ ହୋଇଗଲାଣି। କିନ୍ତୁ, ବାଘ ହତ୍ୟା ଘଟଣାର ମୁଖ୍ୟ କାର୍ପଟ୍‌ଦାର ଏଯାବତ୍ ବନ୍ଧା ହୋଇନାହିଁ। କେବଳ ସେତିକି ନୁହେଁ, ବାଘର ମୂଲ୍ୟବାନ ଚମଡ଼ାକୁ ବି ସାତକୋଶିଆ କର୍ତୃପକ୍ଷ ଏଯାବତ୍‌ ଖୋଜି ବାହାର କରି ନ ଥିବା ବେଳେ ଆନ୍ଧ୍ରକୁ ଫେରାର୍ ହୋଇଯାଇଥିବା ଅଭିଯୁକ୍ତ ପାଖରେ ବି ବନ ବିଭାଗ ପହଞ୍ଚି ପାରିନାହିଁ। ଏଥିରୁ ବନ୍ୟଜନ୍ତୁ ଅପରାଧ ଘଟଣାରେ ବନ ବିଭାଗ କେତେ ସମ୍ବେଦନଶୀଳ, ବନ୍ୟଜନ୍ତୁ ମାମଲାର ତଦନ୍ତ କେତେ ଗତିଶୀଳ ତାହା ଦର୍ଶାଇ ଦେଉଛି।

Leave A Reply

Your email address will not be published.