୭ ବର୍ଷ ପରେ ମିଳିଲା ନ୍ୟାୟ, ନାବାଳକଙ୍କୁ ରେପ୍‌ କରିଥିବା ଟ୍ରାନ୍ସଜେଣ୍ଡରଙ୍କୁ ୭ ବର୍ଷ ଜେଲ୍‌

ଧରା ପକାଇଦେଲା ଫେସ୍‌ବୁକ୍‌ ମେସେଞ୍ଜର। ଜଣେ ନାବାଳକକୁ ଯୌନ ଶୋଷଣ କରିଥିବା ଜଣେ ଟ୍ରାନ୍ସଜେଣ୍ଡର ମହିଳା ତାଙ୍କ ପାଖକୁ ମେସେଜ ପଠାଇ ବାରମ୍ବାର ଡାକୁଥିଲେ। ଏହାକୁ ପୀଡ଼ିତଙ୍କ ମା’ ଦେଖି ପୁଲିସ୍‌ ସହାୟତାରେ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲେ। ପ୍ରାୟ ୭ ବର୍ଷ ତଳର ଏହି ଘଟଣାରେ ଅଭିଯୁକ୍ତଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଏହାବାଦ ୨୫ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଜରିମାନା ଅନାଦେୟ ଅତିରିକ୍ତ ଅଉ ଏକ ବର୍ଷ ଜେଲ୍‌ ଦଣ୍ଡର ନିର୍ଦ୍ଦେଶ ଦିଆଯାଇଛି। ୭ ବର୍ଷ ପୂର୍ବେ ଘଟିଥିବା ଏହି ମାମଲାର ଶୁଣାଣି କରି କେରଳ ତିରିଅନନ୍ତପୁରମ୍‌ର ଏକ ଫାଷ୍ଟ ଟ୍ରାକ୍‌ କୋର୍ଟ ଏହି ରାୟ ଶୁଣାଇଛନ୍ତି।

Leave A Reply

Your email address will not be published.