ତବଲା ବଜାଉ ବଜାଉ ଷ୍ଟେଜରେ ଟଳି ପଡ଼ିଲେ ବାଦକ

ତବଲା ବଜାଉ ବଜାଉ ଷ୍ଟେଜରେ ଟଳି ପଡ଼ିଲେ ବାଦକ । ଦର୍ଶକଙ୍କ ଆଗରେ ଆଖି ବୁଜିଦେଲେ ପ୍ରସିଦ୍ଧ ତବଲା ବାଦକ ଦିନେଶ ପ୍ରସାଦ । ଗତକାଲି ୟୁପିର ରାଜଧାନୀ ଲକ୍ଷ୍ନୌରେ ସତନକଦା ଫେଷ୍ଟିଭାଲ ଆୟୋଜିତ ହେଉଥିବା ବେଳେ ତବଲା ବଜାଇ ଦର୍ଶକଙ୍କ ମନ ମୋହୁଥିଲେ ଦିନେଶ ପ୍ରସାଦ । ମାତ୍ର ହଠାତ୍‌ ସେ ଷ୍ଟେଜରେ ଅଚେତ ହୋଇ ପଡ଼ିଥିଲେ। ତୁରନ୍ତ ତାଙ୍କୁ ନିକଟସ୍ଥ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମଥୁରା ନିବାସୀ ଦିନେଶଙ୍କୁ ମୃତ୍ୟୁ ବେଳକୁ ୬୮ ବର୍ଷ ହୋଇଥିଲା। ସେ ନିଜ ପରିବାର ସହ ଦେବପୁରପାରାରେ ରହୁଥିଲେ।

Leave A Reply

Your email address will not be published.