ଓଡ଼ିଶାରେ ଭିତ୍ତିଭୂମି ବିକାଶର ପଥ ପ୍ରଦର୍ଶନ କରୁଛି ଏଲ୍‌ଆଣ୍ଡଟି

ଭୁବନେଶ୍ୱର: ଲାର୍ସନ୍ ଆଣ୍ଡ୍ ଟୁବ୍ରୋ (ଏଲ୍‌ଆଣ୍ଡ୍‌ଟି) ହେଉଛି ଏକ ପ୍ରମୁଖ ଭାରତୀୟ ବହୁଦେଶୀୟ ସଂସ୍ଥା ଯାହା ଇପିସି ପ୍ରକଳ୍ପ, ହାଇ-ଟେକ୍ ମାନୁଫାକ୍‌ଚରିଂ ଓ ସେବାରେ ନିୟୋଜିତ ରହିଥିବା ବେଳେ ଦେଶବିଦେଶରେ ଉଲ୍ଳେଖନୀୟ ଭିତିଭୂମି ଗଠନ କରିବାରେ ଅନେକ ମାଇଲଖୁଂଟ ହାସଲ କରିଛି। ଓଡ଼ିଶାରେ ଶିକ୍ଷାନୁଷ୍ଠାନ, ହସ୍ପିଟାଲ୍‌, ଗବେଷଣା କେନ୍ଦ୍ର, କ୍ରୀଡ଼ା ଷ୍ଟାଡିୟମ୍ ଆଦି କ୍ଷେତ୍ରରେ ବିଶ୍ୱସ୍ତରୀୟ ବ୍ୟବସ୍ଥା ବିକାଶରେ ଏଲ୍‌ଆଣ୍ଡ୍‌ଟି ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଛି। ନିର୍ଦିଷ୍ଟ କ୍ରୀଡ଼ା ଭିତିଭୂମି ଗଠନ କରିବା ଲାଗି ନିଜର ବିଶେଷତା ଓ ଅଭିଜ୍ଞତାକୁ ଆଣି ଏଲ୍‌ଆଣ୍ଡ୍‌ଟି ନିକଟରେ ଓଡ଼ିଶାର ରାଉରକେଲାରେ ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍ ହସ୍ତାନ୍ତର କରିଛି। ଏଠାରେ ଏଫ୍‌ଆଇଏଚ୍ ପୁରୁଷ ହକି ବିଶ୍ୱକପ୍‌ର ପଂଚଦଶ ସଂସ୍କରଣ ସଫଳତାର ସହ ସମାପ୍ତ ହୋଇଛି। ୨୧,୦୦୦ ସିଟ୍ ବିଶିଷ୍ଟ ବିଶ୍ୱର ଏହି ସର୍ବବୃହତ ହକି ଷ୍ଟାଡିୟମ୍‌କୁ ସମସ୍ତ ଆନ୍ତର୍ଜାତିକ ମାନଦଣ୍ଡ ପୂରଣ କରି ରେକର୍ଡ ୧୫ ମାସରେ ନିର୍ମାଣ କରାଯାଇଛି। ୫୦ ଏକର ଜମିରେ ନିର୍ମାଣ କରାଯାଇଥିବା ଏହି ଷ୍ଟାଡିୟମ୍‌ରେ ଏକ ମୁଖ୍ୟ ଖେଳ ପଡ଼ିଆ, ଏକ ଅଭ୍ୟାସ ପଡ଼ିଆ, ଅଭ୍ୟାସ ଓ ଫିଟ୍‌ନେସ୍ କେନ୍ଦ୍ର, ଅତ୍ୟାଧୁନିକ ଖେଳାଳି ପୋଷାକ ପରିବର୍ତନ କକ୍ଷ, ଏକ ହାଇଡ୍ରୋଥେରାପି କେନ୍ଦ୍ର, ଷ୍ଟିମ୍ କକ୍ଷ, ସଉନା ଏବଂ ଆହୁରି ବହୁତ କିଛି ରହିଛି।

Leave A Reply

Your email address will not be published.