ଫେବ୍ରୁଆରି ୧୦ ଓ ୧୧ ତାରିଖ ଦିନ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଆଗାମୀ ଫେବ୍ରୁଆରି ୧୦ ଓ ୧୧ ତାରିଖ ଦିନ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଓଡ଼ିଶା ଗସ୍ତରେ ଯିବେ ବୋଲି ରାଷ୍ଟ୍ରପତିଙ୍କ ସଚିବାଳୟର ‘ପର୍ସନାଲ୍‌ ସେଲ୍‌’ ଜାରି କରିଥିବା ଗସ୍ତ ସୂଚୀରୁ ଜଣାପଡ଼ିଛି। ଫେବ୍ରୁଆରି ୧୦ ତାରିଖ ଶୁକ୍ରବାର ସକାଳ ୯ଟା ବେଳେ ରାଷ୍ଟ୍ରପତି ଭବନରୁ ବାହାରି ପାଲାମ ବିମାନ ବନ୍ଦରରୁ ଭାରତୀୟ ବାୟୁସେନା ବିମାନ ଯୋଗେ ଆସି ରାଷ୍ଟ୍ରପତି ପୂର୍ବାହ୍ନ ୧୧.୪୫ରେ ଭୁବନେଶ୍ବର ବିମାନ ବନ୍ଦରରେ ଅବତରଣ କରିବେ। ସେଠାରୁ ରାଷ୍ଟ୍ରପତି ଭୁବନେଶ୍ବରସ୍ଥିତ ଉତ୍କଳ ମଣ୍ଡପକୁ ଯାଇ ‘ଜ୍ଞାନପ୍ରଭା ମିସନ୍‌’ର ପ୍ରତିଷ୍ଠା ଦିବସ ପାଳନ ନିମ‌ନ୍ତେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗ ଦେବେ। ଉକ୍ତ କାର୍ଯ୍ୟକ୍ରମ ଶେଷ ହେବା ପରେ ସେ ଅପରାହ୍ଣ ୧. ୨୫ରେ ମଧ୍ୟାହ୍ନ ଭୋଜନ ନିମନ୍ତେ ରାଜଭବନ ଯିବେ। ତା’ପରେ ଅପରାହ୍ଣ ୪.୫ରେ ଭୁବନେଶ୍ବରସ୍ଥିତ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର (ବିଦ୍ୟା ବିହାର) ଦ୍ବିତୀୟ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗ ଦେବେ।

Leave A Reply

Your email address will not be published.