ଧାନ ବିକ୍ରି ପରେ ଭାଗ ବଣ୍ଟାକୁ ନେଇ ପାରିବାରିକ ଗଣ୍ଡଗୋଳ: ଜଣେ ମୃତ, ଶିଶୁ ସମେତ ୪ ଗୁରୁତର

କଣ୍ଟାମାଳ : ମଣ୍ଡିରେ ଧାନ ବିକ୍ରି ପରେ ଭାଗ ବଣ୍ଟାକୁ ନେଇ ପାରିବାରିକ ଗଣ୍ଡଗୋଳରେ ଜଣେ ମୃତ , ଶିଶୁ ସମେତ ୪ ଗୁରୁତର । ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ମହୁଲେ ଗାଁରେ । ମୃତକ ଜଣକ ହେଲେ ସୁବଳ ମେହେର । ଗୁରୁତର ମାନେ ହେଲେ ରାମଚନ୍ଦ୍ର ମେହେର,ଲଳିତା ମେହେର,ପ୍ରଦୀପ ମେହେର ଏବଂ ୧ ବର୍ଷୀୟ ଝିଅ ଆବାହନା ମେହେର । ସୂଚନା ଅନୁସାରେ ମହୁଲେ ଗ୍ରାାମର ବାଳକୃଷ୍ଣ ମେହେର ଏବଂ ତାଙ୍କ ଭାଇ ରାମଚନ୍ଦ୍ର ମେହେର ମଣ୍ଡିରେ ଧାନ ବିକ୍ରି କରିଥିଲେ । ହେଲେ ଧାନ ବିକ୍ରି ଟଙ୍କା ବାଳକୃଷ୍ଣ ମେହେରଙ୍କ ଜମାଖାତାେରେ ପଡିଥିଲା । ପରେ ଉକ୍ତ ଟଙ୍କା ଭାଗ ବଣ୍ଟାକୁ ନେଇ ବାଳକୃଷ୍ଣ ଓ ରାମଚନ୍ଦ୍ର ମଧ୍ୟରେ ବଚସା ହୋଇଥିଲା । ପରେ ଏହି ବଚସା ଉଗ୍ର ରୁପ ଧରିବା ସହ ଗଣ୍ଡଗୋଳ ଓ ହାତାହାତି ପର୍ଯ୍ୟନ୍ତ ଯାଇଥିଲା । ବାଳକୃଷ୍ଣଙ୍କ ପରିବାରର ଆକ୍ରମଣରେ ରାମଚନ୍ଦ୍ରଙ୍କ ସମେତ ତାଙ୍କ ପରିବାରର ଅନ୍ୟ ୪ ସଦସ୍ୟ ଗୁରୁତର ଭାବେ ଆହତ ହୋଇ ପ୍ରଥମେ ସୋନପୁର ଓ ପରେ ବୁର୍ଲାକୁ ସ୍ଥାନାନ୍ତରଣ ହୋଇଥିଲେ । ସେଠାରେ ଚିକିତ୍ସଧିନ ଅବସ୍ଥାରେ ସୁବଳ ମେହେରଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଗୁରୁତରମାନେ ଏବେବି ବୁର୍ଲାରେ ଚିକିତ୍ସାଧିନ ଅଛନ୍ତି । ମନମୁଣ୍ଡା ପୋଲିସ ଏନେଇ ଏକ ମାମଲା ଦାୟର କରିବା ସହ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.