ମୁଦ୍ରରେ ପକାଯାଇଥିବା ୧୦ କୋଟି ମୂଲ୍ୟର ସୁନା ଉଦ୍ଧାର କଲା ସ୍କୁବା ଟିମ୍

ତାମିଲନାଡୁ: ତାମିଲନାଡୁର ରମେଶ୍ୱରାମର ମାଣ୍ଡାପାମ ନିକଟ ସମୁଦ୍ର ଭିତରେ ପକାଯାଇଥିବା ପ୍ରାୟ ୧୦.୫ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସୁନା ଜବତ କରାଯାଇଛି। ରାଜସ୍ୱ ଇଣ୍ଟେଲିଜେନ୍ସ ଏବଂ ଭାରତୀୟ ତଟରକ୍ଷୀ ବାହିନୀର ମିଳିତ ଉଦ୍ଯମରେ ଏହି ସବୁ ସାମଗ୍ରୀ ଜବତ କରାଯାଇଥିବା ଜଣାପଡିଛି। ଏହି ସାମଗ୍ରୀ ଶ୍ରୀଲଙ୍କାରୁ ଚୋରା ଚାଲାଣ କରାଯାଉଥିବା କୁହାଯାଉଛି। ସମୁଦ୍ର କୂଳ ମାଣ୍ଡାପାମ ଦେଇ ଏକ ଡଙ୍ଗାରେ ବିପୁଳ ପରିମାଣର ସୁନା ଚୋରା ଚାଲାଣ ହେବାର ଆଶଙ୍କା ରହିଛି ବୋଲି ଟିଆରପି ଆଧାରରେ ଡିଆରଆଇ ଅଧିକାରୀମାନେ କୋଷ୍ଟଗାର୍ଡ ଦଳକୁ ସତର୍କ କରାଇ ଦେଇଥିଲେ। ସୂଚନାନୁସାରେ, ଅଧିକାରୀମାନେ ଡଙ୍ଗାକୁ ଅଟକାଇ ଯାଞ୍ଚ କରିବାକୁ ଛଦ୍ଯମ କରିଥିଲେ। ହେଲେ ଡଙ୍ଗାଟି ଖସି ପଳାଇବାକୁ .ଚେଷ୍ଟା କରିଥିଲା। ତେବେ ବହୁ ଉଦ୍ଯମ ପରେ ଅଧିକାରୀମାନେ ଦେଖିଥିଲେ ଯେ ଏହାର କର୍ମଚାରୀମାନେ ସମୁଦ୍ର ଭିତରକୁ କିଛି ପକାଇ ଦେଇଛନ୍ତି। ତେବେ ଡଙ୍ଗାର ତିନିଜଣ କ୍ରୁ ସଦସ୍ୟଙ୍କୁ ରାମନାଥୁପରାମକୁ ନିଆଯିବା ପରେ ସେଠାରେ ପଚରାଉଚରା କରାଯାଇଥିଲା ଏବଂ ସମୁଦ୍ରରେ ପକାଯାଇଥିବା ଜିନିଷଗୁଡିକ ଉଦ୍ଧାର କରିବା ପାଇଁ ଥୋଥୁକୁଡିରୁ ସ୍କୁବା ଡାଇଭରମାନଙ୍କୁ ଅଣାଯାଇଥିଲା।

Leave A Reply

Your email address will not be published.