ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଓ ଶଳା ଗୁରୁତର

ସୋର : ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଓ ଶଳା ଗୁରୁତର । ଘରୋଇ କଳିରୁ ଏଭଳି ଅଭାବନୀୟ ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ସୋର ଥାନା ତୁଣ୍ଡୁପଡା ଗ୍ରାମର ସ୍ୱାମୀ ବସନ୍ତ ସାହୁ ଘରୋଇ କଳିକୁ କେନ୍ଦ୍ର କରି ଉତ୍ୟକ୍ତ ହୋଇ ପଡିଥିଲେ। ଘରେ ଥିବା ଏକ କତାରେ ସ୍ତ୍ରୀ ଭାରତୀ ସାହୁ(45), ଶଳା ଅନ୍ତର୍ଯ୍ୟାମୀ ସାହୁକୁ ଆକ୍ରମଣ କରିଥିବା ଭାରତୀ ସୋର ଥାନରେ ଅଭିଯୋଗ କରିଛି।ଅଭିଯୋଗକାରିଣୀ କହିଛି ତାର ସ୍ବାମୀକୁ ପୁଅ ରାମଚନ୍ଦ୍ର ସାହୁ ସହଯୋଗ କରିଥିଲା। ବସନ୍ତ ସାହୁ କତା ଆକ୍ରମଣରେ ଭାରତୀ ଓ ତାର ଭାଇ ରକ୍ତ ଜୁଡୁଵୁଡୁ ଅଵସ୍ଥାରେ ସୋର ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଅଭିଯୋଗ ପାଇ ପୋଲିସ ଘଟଣାର ତଦନ୍ତ କରୁଛି । ଘରୋଇ କଳିକୁ ନେଇ ଏପରି ଘଟଣା ଘଟିଛି ।

Leave A Reply

Your email address will not be published.