ପୁଣି ବିବାଦରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର: ଅନ୍ୟ ଝିଅଙ୍କ ସହ ଶାରୀରିକ ସମ୍ପର୍କ ଥିବା ଅଭିଯୋଗ ଆଣିଲେ ସୋମାଲିକା

ଜଗତସିଂହପୁର : ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ବିବାଦ ମାମଲା। ବିଧାୟକ ବିଜୟ ଶଙ୍କର ଦାସଙ୍କ ସେକ୍ସ ରାକେଟ, ବହୁ ବିବାହିତ ନାରୀ ମାନଙ୍କ ସମ୍ପର୍କ ଥିବା ଭଳି ଅନେକ ଅଭିଯୋଗ ଆଣିଛନ୍ତି ତାଙ୍କ ବାନ୍ଧବୀ ସୋମାଲିକା। ଏ ନେଇ ଥାନାରେ ସାନି ଏତଲା ପରେ ପୋଲିସ ବିଧାୟକଙ୍କ ନାମରେ ଅନେକ ସଙ୍ଗୀନ ଦଫା ଲାଗି ଥିବା ବେଳେ ବର୍ତ୍ତମାନ ସୁଦ୍ଧା ପୋଲିସ ବିଧାୟକଙ୍କ ଉପରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ। ତାଙ୍କ ବାନ୍ଧବୀ ସୋମାଲିକାଙ୍କ ପ୍ରଥମେ 161 ଧାରା ଅନୁସାରେ ବୟାନ ରେକର୍ଡ ଓ ଡାକ୍ତରୀ ମଇନା କରାଯାଇଥିଲା। ଆଜି ସୋମାଲିକାଙ୍କ ଧାରା 164 ଅନୁସାରେ କୋର୍ଟରେ ବୟାନ ରେକର୍ଡ କରାଯିବା ନେଇ କୋର୍ଟରେ ଉପସ୍ଥିତ ହୋଇଛନ୍ତି। ତାଙ୍କ ସହିତ ତଦନ୍ତ ଅଧିକାରୀ ପୋଲିସ ଟିମ୍ ମଧ୍ୟ ଉପସ୍ଥିତ ରହିଛନ୍ତି। ଦୀର୍ଘ ୮ ମାସ ତଳେ ଆରମ୍ଭ ହୋଇଥିବା ଏହି ଘଟଣା ଚପି ଯାଇଥିବା ବେଳେ ପୁଣିଥରେ ଏବେ ଏହି ମାମଲା ପୁଣି ସକ୍ରିୟ ହେବା ଆରମ୍ଭ କରିଛି ।

Leave A Reply

Your email address will not be published.