କନ୍ଧମାଳ ଜିଲ୍ଲାର ଜନଜାତି ଆଦିବାସୀ ଭାଇ ଭଉଣୀ ମାନଙ୍କୁ ନେଇ ବନ୍ଧୁମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ

ଭୁବନେଶ୍ଵର: ଭୁବନେଶ୍ଵରରେ ବସବାସ କରୁଥିବା କନ୍ଧମାଳ ଜିଲ୍ଲାର ଜନଜାତି ଆଦିବାସୀ ଭାଇ ଭଉଣୀ ମାନଙ୍କୁ ନେଇ ୧୯୮୪ ମସିହାରେ “କୁଇ ସାଂସ୍କୃତିକ ପରିଷଦ” ନାମକ ଏକ ସଙ୍ଘଠନ ଗଠନ କରାଯାଇଥିଲା । ସଙ୍ଘଠନ ର ମୁଖ୍ୟ ଉଦେଶ୍ୟ ହେଉଛି କୁଇ ଭାଷା, ସଂସ୍କୃତି ଓ ପରମ୍ପରା ର ସରାଂକ୍ଷଣ, ପ୍ରଚାର ଏବଂ ପ୍ରସାର ସହ କନ୍ଧମାଳ ଜିଲ୍ଲା ଆଦିବାସୀ ଭାଇ ଭଉଣୀ ମାନଙ୍କ ସାମୂହିକ ସ୍ୱାର୍ଥ ରକ୍ଷା ପାଇଁ କାର୍ଯ୍ୟକରିବା । ଜୀବନ ଜୀବିକା ପାଇଁ କନ୍ଧମାଳ ଜିଲ୍ଲାର ଶହ ଶହ ଆଦିବାସୀ ଭାଇ ଭଉଣୀ ମାନେ ଭୁବନେଶ୍ୱର ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ବସବାସ କରୁଛନ୍ତି । ନିଜ ଭିଟାମାଟି ଠାରୁ ଦୂରରେ ଥିବାରୁ ସୁଖ, ଦୁଃଖ ଓ ବିପତ୍ତି ସମୟରେ ଭାଵ ଆଦାନ ପ୍ରଦାନ କରିବା ସମ୍ଭବ ହେଉ ନ ଥିଲା । କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ସମୟ ବାହାର କରି ବର୍ଷକୁ ଥରେ ବାର୍ଷିକ ବନ୍ଧୁମିଲନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ମହାମାରୀ କୋଭିଡ ଯୋଗୁଁ ବିଗତ ଦୁଇ ବର୍ଷ ବନ୍ଧୁମିଲନ କାର୍ଯ୍ୟକ୍ରମ ସ୍ଥଗିତ ରହିଥିଲା । ବର୍ତ୍ତମାନ ସମୟ ଅନୁକୂଳ ଥିବାରୁ ଏହି ବର୍ଷ ବାର୍ଷିକ ବନ୍ଧୁମିଲନ କାର୍ଯ୍ୟକ୍ରମ ଧଉଳି ପାହାଡ଼ ପାଦଦେଶରେ ଥିବା “ଧଉଳି ଗାର୍ଡେନ” ଠାରେ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ଦୁଇ ବର୍ଷ ପରେ ବନ୍ଧୁମିଲନ କାର୍ଯ୍ୟକ୍ରମ ଆୟୋଜନ ହେଉଥିବା ରୁ ସମସ୍ତ ଆଦିବାସୀ ଭାଇ ଭଉଣୀ ମାନଙ୍କ ମଧ୍ୟରେ ବହୁ ଉତ୍କଣ୍ଠା ଓ ଉଦ୍ଧିପନା ଦେଖା ଦେଇ ଥିଲା । ଆଜିର ଏହି ବନ୍ଧୁମିଲନ କାର୍ଯ୍ୟକ୍ରମ ରେ ଜିଲ୍ଲାର 1200 ରୁ ଉର୍ଦ୍ଧ୍ବ ଭାଇ ଭଉଣୀ ମାନେ ସପରିବାର ସହିତ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ଶ୍ରମିକ ଶ୍ରେଣୀ ପରିବାର ଠାରୁ ଆରମ୍ଭ କରି ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ପରିବାର ମଧ୍ୟ ଯୋଗଦେଇଥିଲେ । ସଙ୍ଘଠନ ର ସଭାପତି ଶ୍ରୀ ପ୍ରତାପ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଓ ପ୍ରତିଷ୍ଠାତା ସଦସ୍ୟ ଶ୍ରୀ ପ୍ରହଲ୍ଲାଦ ପ୍ରଧାନ ଓ ଶ୍ରୀ ବିବେକାନନ୍ଦ ପ୍ରଧାନଙ୍କ ପ୍ରତ୍ୟେକ ତତ୍ୱବଧାନରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଶ୍ରୀ ଉମେଶ ପ୍ରଧାନ, ଶ୍ରୀ ଅଜୟ କୁମାର ପ୍ରଧାନ, ଶ୍ରୀ ଅନନ୍ତ ପ୍ରଧାନ, ଶ୍ରୀ ହେମନ୍ତ ପ୍ରଧନ, ଶ୍ରୀ ମହେନ୍ଦ୍ର କଂହର, ଶ୍ରୀ ଗଙ୍ଗା ମଳିକ, ଶ୍ରୀ ଦିଲ୍ଲୀପ ପ୍ରଧାନ, ଶ୍ରୀ ସୁଜିତ ପ୍ରଧାନ, ଶ୍ରୀ ବିକ୍ରମ ପ୍ରଧାନ, ଶ୍ରୀ କେରାଳଦିନ ପ୍ରଧାନଙ୍କ ସହ ସଙ୍ଘଠନ ର ସମସ୍ତ ସଦସ୍ୟ ମାନଙ୍କ ସହଯୋଗ ଦ୍ୱାରା ସଫଳ ହୋଇ ପାରିଛି । କାର୍ଯ୍ୟକ୍ରମ କୁ ସଫଳତା ର ସହ ଆୟୋଜନ କରିବା ପାଇଁ ସଙ୍ଘଠନ ର ସମସ୍ତ ସଦସ୍ୟ ମାନଙ୍କ ଅକ୍ଲାନ୍ତ ପରିଶ୍ରମ ଓ ସହଯୋଗ ନିମନ୍ତେ ପରିଚାଳନା କମିଟି ତରଫରୁ ସମସ୍ତଙ୍କୁ ହୃଦୟରୁ ଶୁଭେଚ୍ଛା ଓ ଶୁଭକାମନା ସହ ଧନ୍ୟବାଦ ।

Leave A Reply

Your email address will not be published.