ବାଲୁଖଣ୍ଡ ଅଭୟାରଣ୍ୟକୁ ଆବର୍ଜନା କାଳ

ପୁରୀ: ପୁରୀ ସମୁଦ୍ର କୂଳରେ ବାଲୁଖଣ୍ଡ ଅଭୟାରଣ୍ୟ ଏକ ବିରଳ ସୃଷ୍ଟି। ପ୍ରାକୃତିକ ବିପର୍ଯ୍ୟୟରୁ ରୋକିବା ପାଇଁ ବାଲିସ୍ତୁପ ସାଙ୍ଗକୁ ହଜାର ହଜାର ଚିତ୍ରା ହରିଣ, ଗାଡ଼ ଭାଲୁ, କୁଟୁରା, ଠେକୁଆ ଆଦି ବନ୍ୟଜନ୍ତୁ ଏହି ଅଭୟାରଣ୍ୟର ଶୋଭା ବଢ଼ାଉଛନ୍ତି। କିନ୍ତୁ ପୁରୀ ସହର ଓ ଆଖପାଖ ଅଞ୍ଚଳବାସୀ ଏହାକୁ ଏବେ ଡମ୍ପିଂୟାର୍ଡ କରି ସାରିଲେଣି। ଯେଉଁଥିପାଇଁ ବାଲୁଖଣ୍ଡ ଅଭୟାରଣ୍ୟ ପାଇଁ ଆଜି ଆବର୍ଜନା ବିପଦ ସୃଷ୍ଟି କରିଛି। ତାଳବଣିଆକୁ ଲାଗି ରହିଥିବା ଅଞ୍ଚଳ ଏହାର ଜ୍ବଳନ୍ତ ଉଦାହରଣ। ବଡ଼କଥା ହେଉଛି, ଏହା ମଧୁର ଜଳ ଅଞ୍ଚଳ। ତଥାପି ନା ବନବିଭାଗ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉଛି ନା ପ୍ରଶାସନ। ଓଲଟା ସୁରକ୍ଷା ବଦଳରେ କେବଳ ପ୍ରଚାର ସର୍ବସ୍ବ କାମରେ ମାତିଛନ୍ତି ପୁରୀ ପୌର ପ୍ରଶାସନ ଓ କିଛି ସ୍ବେଚ୍ଛାସେବୀ ସଂଗଠନ। ସେପଟେ ଅଭିଯୋଗ ପାଇବା ପରେ ଆଜି କିଛି ଅଞ୍ଚଳରୁ ପୌରପାଳିକା ଆବର୍ଜନା ଉଠାଇଥିବା ଜଣାପଡ଼ିଛି।

Leave A Reply

Your email address will not be published.