କିଟ୍‌ କ୍ରିକେଟ୍‌ ଷ୍ଟାଡିୟମରେ ମେଗା ରକ୍ତଦାନ ଶିବିରର ଉଦଘାଟନ

ଭୁବନେଶ୍ୱର : କିଟ୍‌ର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ନଭେମ୍ବର ୧୬ରୁ ଦୀର୍ଘ ତିନିମାସ ଧରି ରୌପ୍ୟ ଜୟନ୍ତୀ ‘ସଏଲ୍‌ ଟୁ ସିଲଭର’ ପାଳନ ଅବସରରେ ଫେବୃଆରୀ ୩ ତାରିଖରୁ କିଟ୍‌ କାର୍ଣ୍ଣିଭାଲ୍‌ କାର୍ଯ୍ୟକ୍ରମ ଚାଲୁ ରହିଛି । ଏହି ପରିପ୍ରେକ୍ଷୀରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମେଗା ରକ୍ତଦାନ ଶିବିର କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି। ଏହି ରକ୍ତଦାନ ଶିବିରରେ ରକ୍ତଦାନ ନିମନ୍ତେ ଆଜି ସୁଦ୍ଧା ୫ହଜାରରୁ ଊର୍ଦ୍ଧ୍ୱ ସ୍ୱେଚ୍ଛାକୃତ ରକ୍ତଦାତା ପଞ୍ଜୀକରଣ କରିଛନ୍ତି ।

gpkandhamal

ଆଜି ସକାଳ ୮ଟାରେ କିଟ୍‌ କ୍ରିକେଟ୍‌ ଷ୍ଟାଡିୟମଠାରେ ଏହି ମେଗା ରକ୍ତଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ରକ୍ତଦାନ ଶିବିରରେ ଏସସିବି ମେଡ଼ିକାଲ୍‌ କଲେଜ ଓ ହସ୍ପିଟାଲ ରକ୍ତ ଭଣ୍ଡାର, ଏମକେସିଜି ମେଡ଼ିକାଲ୍‌ କଲେଜ ଓ ହସ୍ପିଟାଲ୍‌ ରକ୍ତଭଣ୍ଡାର, କ୍ୟାପିଟଲ୍‌ ହସ୍ପିଟାଲ୍‌, ଯାଜପୁର, ଢେଙ୍କାନାଳ, କେନ୍ଦ୍ରାପଡ଼ା, ପୁରୀ, କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାର ଏବଂ କଟକ ସ୍ଥିତ ସେଣ୍ଟ୍ରାଲ ରେଡ଼କ୍ରସ ବ୍ଲଡ଼୍‌ ବ୍ୟାଙ୍କର ଟିମ୍‌ ଯୋଗଦେଇ ରକ୍ତ ସଂଗ୍ରହ କରିବେ। ଏଥିପାଇଁ କିଟ୍‌ କ୍ରିକେଟ୍‌ ଷ୍ଟାଡ଼ିୟମରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

Umasankar Adv
Leave A Reply

Your email address will not be published.