ଆଜିଠୁ CBSE ଦଶମ ଓ ଦ୍ୱାଦଶ ପରୀକ୍ଷା

ଭୁବନେଶ୍ୱର : ଆଜିଠୁ ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା। ଦେଶରେ ପ୍ରାୟ ୧୭ ଲକ୍ଷ ଛାତ୍ରଛାତ୍ରୀ ଦେଉଛନ୍ତି ଦ୍ୱାଦଶ ପରୀକ୍ଷା। ଦଶମ ପରୀକ୍ଷା ଦେଉଛନ୍ତି ପ୍ରାୟ ୨୨ ଲକ୍ଷ ଛାତ୍ରଛାତ୍ରୀ। ଉଭୟ ପରୀକ୍ଷା ସକାଳ ୧୦ଟ ୩୦ରୁ ଆରମ୍ଭ ହେବ। ପରୀକ୍ଷା କେନ୍ଦ୍ର ଗୁଡ଼ିକରେ କଟକଣା କଡ଼ାକଡ଼ି କରାଯାଇଥିବାବେଳେ ତ୍ରିସ୍ତରୀୟ ସ୍କ୍ଵାର୍ଡ ବ୍ୟବସ୍ଥା କରାଯାଇଛି। ସମସ୍ତ ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ସିସିଟିଭି ବାଧ୍ୟତାମୂଳକ କରାଯାଇଛି। ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫେବ୍ରୁୟାରୀ ୧୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୧ରେ ଶେଷ ହେବାକୁ ଥିବାବେଳେ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପରୀକ୍ଷା ଏପ୍ରିଲ ୫ ତାରିଖରେ ଶେଷ ହେବ। ଓଡ଼ିଶାରେ ଦଶମ ପରୀକ୍ଷା ଦେଉଛନ୍ତି ପ୍ରାୟ ୪୪ ହଜାର ପରୀକ୍ଷାର୍ଥୀ । ସେହିପରି ଦ୍ୱାଦଶ ପରୀକ୍ଷା ଦେଉଛନ୍ତି ପାଖାପାଖି ୧୮ ହଜାର ଛାତ୍ରଛାତ୍ରୀ। ପରୀକ୍ଷା ଲାଗି ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

Leave A Reply

Your email address will not be published.