ଜାତିଆଣକୁ ନେଇ ବାପାଙ୍କୁ ଗାଳିଗୁଲଜ କଲେ ମେଟ୍ରନ, ସହିନପାରି ଫିନାଇଲ ପିଇ ଦେଲେ ଛାତ୍ରୀ

ମାଲକାନଗିରି : ଜାତିକୁ ନେଇ ଛାତ୍ରୀଙ୍କ ବାପାଙ୍କୁ ଗାଳିଗୁଲଜ କଲେ ମେଟ୍ରନ। ଏହାକୁ ସହି ନପାରି ଫିନାଇଲ ପିଇଦେଲେ ଜଣେ ଛାତ୍ରୀ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ଥିବା ଆବାସିକ ବିଦ୍ୟାଳୟରେ। ଗୁରୁତର ପରେ ଛାତ୍ରୀ ଙ୍କୁ ଚିତ୍ରକୋଣ୍ଡା ମେଡ଼ିକାଲ ରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି। ସୂଚନା ଅନୁସାରେ ଆବାସିକ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ପେଟ ବ୍ଯଥା ଯୋଗୁଁ ବାପାଙ୍କ ସହ ଘରକୁ ଯିବାପାଇଁ ଅନୁମତି ମାଗିଥିଲେ ମେଟ୍ରନଙ୍କୁ। କିନ୍ତୁ ମେଟ୍ରନ ମାଡାମ ଛାତ୍ରୀଙ୍କ ବାପାଙ୍କୁ ଅସମ୍ମାନ ସହ ଜାତିଆଣ କରି ଗାଳିଗୁଲଜ କରିଥିଲେ । ବାପାଙ୍କୁ ଦୁର୍ବ୍ଯବହାର ସହ୍ଯ କରି ନପାରି ଫିନାଇଲ ପିଇଦେଇଥିଲେ ଛାତ୍ରୀ। ଛାତ୍ରୀ ଙ୍କୁ ଗୁରୁତ୍ୱ ଅବସ୍ଥାରେ ଚିତ୍ରକୋଣ୍ଡା ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରି ଚିକିତ୍ସା କରାଯାଇଛି। ଛାତ୍ରୀଙ୍କ ଅବସ୍ଥା ସ୍ଥିର ଥିବା ଡ଼ାକ୍ତର କହିଛନ୍ତି।

Leave A Reply

Your email address will not be published.