ବରର ବାଟବରଣ ପାଇଁ ଠିଆ ହୋଇଥିବା କନ୍ଯା ଯାତ୍ରୀଙ୍କ ଉପରକୁ ମାଡିଗଲା ସ୍କର୍ପିଓ: ୩ ମୃତ, ୧୫ ଆହତ

ବ୍ରହ୍ମପୁର :ମୃତ୍ୟୁ କେତେବେଳେ କାହାକୁ କେଉଁଠି ଅପେକ୍ଷା କରିଥାଏ, ତାହା କାହାକୁ ଜଣାନଥାଏ। ଠିକ୍‌ ଏମିତି ଜଗି ବସିଥିଲା ଯମ, ଆଉ ବାହାଘର ଉତ୍ସବରେ ଯୋଗ ଦେଇଥିବାବେଳେ ଚାଲିଗଲା ଜୀବନ। ବରକୁ ବରଯାତ୍ରୀ ପାଖେଇ ଆସୁଥିଲେ । ଏପଟେ ବରକୁ ପାଛୋଟି ନେବା ପାଇଁ କନ୍ଯା ଯାତ୍ରୀବି ସବୁ ପ୍ରସ୍ତୁତି ସାରିଥିଲେ । କେଇ ମିନିଟ୍ ଭିତରେ ବର ଆସି ପହଁଛିଥାନ୍ତା। ହେଲେ ଖୁସିର ମାହୋଲରେ ହଠାତ୍ ଘୋଟେଇ ଆସିଲା ଦୁଃଖର କଳା ବାଦଲ। ନିମିଷକରେ ସବୁ ଖୁସି ଭାଙ୍ଗି ରୁଜି ଚୁରମାର କରି ଦେଲା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବ୍ରହ୍ମପୁର ଉପକଣ୍ଠ ମାଣ୍ଡିଆପଲ୍ଲୀ ଗାଁ ଛକ ନିକଟରେ। ଯେଉଁଠାରେ ଘଟଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଆଉ ଏହି ଦୁର୍ଘଟଣା ନେଇଛି ତିନି ତିନୋଟି ମୂଣ୍ଡ। ଖାଲି ସେତିକି ନୁହେଁ ୧୫ ରୁ ଅଧିକ ଲୋକ ଆହାତ ମଧ୍ଯ ହୋଇଛନ୍ତି। ଏକ ବାହାଘର ପରିବେଶ ଭିତରେ ଘଟିଛି ଏହି ଅଘଟଣ। ରାସ୍ତା କଡ଼ରେ ୫୦ ରୁ ଅଧିକା କନ୍ଯା ଯାତ୍ରୀ ବରର ବାଟବରଣ ଲାଗି ଠିଆ ହୋଇଥିଲେ। ବାସ୍ ଏତିକିବେଳେ କିଏ କିଛି ଭବିଲାବେଳକୁ ଦୃତ ଗତିରେ ଏକ ସ୍କର୍ପିଓ ଗାଡ଼ି ମାଡିଆସିଲା ବାଟବରଣ ଲାଗି ଠିଆ ହୋଇଥିବା କନ୍ଯା ଯାତ୍ରୀଙ୍କ ଉପରକୁ। ହଠାତ୍ କିଏ କିଛି ବୁଝିପାରିନଥିଲେ। ହେଲେ ବୁଝିବାବେଳକୁ ଘଟଣାସ୍ଥଳରେ ୩ଜଣଙ୍କର ପ୍ରାଣ ବାୟୁ ଉଡିଯାଇଥିଲା ।

Leave A Reply

Your email address will not be published.