ପୋଲିସ କ୍ଵାଟରରୁ ମହିଳା କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଢେଙ୍କାନାଳ: ଢେଙ୍କାନାଳ ଟାଉନ ଥାନା VHF ବିଭାଗରେ କାର୍ଯ୍ୟରତ ମହିଳା କନଷ୍ଟେବଳ ସୁନିତା ନାୟକଙ୍କ ଝୁଲନ୍ତା ମୃତଶରୀର ରିଜର୍ଭ ଲାଇନ ପୋଲିସ କ୍ଵାଟରରୁ ଉଦ୍ଧାର ହୋଇଛି। ସୁନିତାଙ୍କ ସ୍ୱାମୀ ଗଣେଶ୍ୱର ନାୟକ ରିଜର୍ଭ ପୋଲିସରେ କାର୍ଯ୍ୟରତ ଅଛନ୍ତି। ସୂଚନା ଅନୁସାରେ ଗତକାଲି ସେମାନଙ୍କ ମଧ୍ୟରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ କଳହ ହୋଇଥିଲା । କଳହ ଯୋଗୁ କେହି ଖିଆପିଆ ମଧ୍ୟ କରିନଥିବା ପାଖ ପଡ଼ିଶା ପକ୍ଷରୁ ଶୁଣିବାକୁ ମିଳିଛି ।  ଭୋର ୪ଟାରେ ସୁନିତା ବାଥ ରୁମ ଯିବାକୁ ଆସିଲେ କିନ୍ତୁ ବେଡ଼ରୁମକୁ ଫେରିନଥିଲେ । ବେଡ଼ରୁମ ପାଖ ଆଉ ଏକ କୋଠରୀରେ ଓଢଣୀରେ ତାଙ୍କର ଝୁଲନ୍ତା ମୃତ ଶରୀର ସକାଳୁ ଦେଖିବାକୁ ମିଳିଥିଲା। ଟାଉନ ଥାନା ପୋଲିସ ଶବ ଜବତ କରି ପୋଷ୍ଟମାର୍ଟମ କରିବାକୁ ମୁଖ୍ୟ ଚିକିତ୍ସାଳୟକୁ ନେଇନ୍ତି । ସୁନିତା ୨୦୧୧ ମସିହାରେ ବିବାହ କରିଥିଲେ ତାଙ୍କର ୯ବର୍ଷ ର ପୁଅ ଓ ୫ ବର୍ଷ ର ଝିଅ ଦୁଇଜଣ ସନ୍ତାନ ଅଛନ୍ତି। ଉଭୟ ସ୍ୱାମୀ ପୋଲିସ ବିଭାଗରେ ଚାକିରୀ କରୁଥିଲେ ମଧ୍ୟ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ତିକ୍ତତା ଲାଗିରହିଥିଲା। ତେବେ ଏହା ଆତ୍ମହତ୍ୟା ନା ହତ୍ୟା ତାହା ସ୍ପଷ୍ଟ କରୁନାହିଁ ପୋଲିସ। ଗଣମାଧ୍ୟମ ଠାରୁ ଦୂରତ୍ୱ ବଜାୟ ରଖିବା ଘଟଣାକୁ ଆହୁରି ସନ୍ଦେହ ଆଡକୁ ଟାଣି ନେଉଛି।

Leave A Reply

Your email address will not be published.