ଜେଲର ଚାରିକାନ୍ଥ ଭିତରେ ୩ଦିନ ବିତାଇଲାଣି ଗୋପାଳ ଦାସ: ତିନିଟି ସିଫ୍‌ଟରେ ୮ଜଣ ଲେଖାଏଁ ଜେଲ କର୍ମଚାରୀ ଜଗୁଛନ୍ତି

: ଚୌଦ୍ୱାର ସର୍କଲ ଜେଲର ସେଲ ନଂ ୩ । କଡ଼ା ସୁରକ୍ଷା ବଳୟରେ ଗୋପାଳ ଦାସ। ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଚୌଦ୍ୱାର ଜେଲର ଚାରିକାନ୍ଥ ଭିତରେ ବିତାଇଲାଣି ୩ଦିନ। ତା ଉପରେ ରହିଛି ୨୪ ଘଣ୍ଟିଆ କଡ଼ା ନଜର। ଗୋପାଳର କାର୍ଯ୍ୟକଳାପ, ଆଚରଣ ଆଦି ଉପରେ ନଜର ରଖିଛି ସିସିଟିଭି କ୍ୟାମେରା। ଜେଲ୍‌ରେ କେତେବେଳେ ଗୋପାଳ ଗୁମସୁମ ତ ଆଉ କେତେବେଳେ ସ୍ୱାଭାବିକ । କେତେବେଳେ ଗୀତ ଗୁଣୁଗୁଣାଉଛି ତ ପୁଣି କେତେବେଳେ ହସୁଥିବା ଦେଖାଯାଇଛି। । ସକାଳ ୬ଟାରୁ ଉଠିବା ପରେ ନିତ୍ୟକର୍ମ ପାଇଁ ସେଲ ବାହାରକୁ ଆସୁଛି। ପରେ ଜେଲ ମାନୁଆଲ ଅନୁଯାୟୀ ତାକୁ ଜଳଖିଆ ଦିଆଯାଉଛି। ସକାଳ ଜଳଖିଆ ପରେ ଖବରକାଗଜ ପଢୁଛି। ପଢିବା ପାଇଁ ୨ଟି ଖବରକାଗଜ ଓ ପତ୍ରିକା ଜେଲ କର୍ତ୍ତୃପକ୍ଷଙ୍କ ଠାରୁ ମାଗିଥିବା ଜଣାପଡ଼ିଛି। ମଧ୍ୟାହ୍ନ ଭୋଜନ, ରାତ୍ରି ଭୋଜନ ସମୟ ଅନୁସାରେ ଖାଉଥିବା ଜଣାପଡ଼ିଛି। ଅନ୍ୟ ବିଚାରାଧୀନ କଏଦୀଙ୍କ ପରେ ତଳେ ଚଟାଣରେ ଶୋଉଛି। ଜେଲ ପକ୍ଷରୁ ତାକୁ କମ୍ବଳ ଯୋଗାଇ ଦିଆଯାଇଛି।

Leave A Reply

Your email address will not be published.