ରାସ୍ତା କଡରେ ଭାରସାମ୍ୟ ହରାଇ ଓଲଟିଲା ବାଇକ

କଣ୍ଟାମାଳ ; ବୌଦ୍ଧ ଜିଲ୍ଲାର ବାଉଁଶୁଣି ଥାନା ଅନ୍ତର୍ଗତ ୫୭ନଂ ଜାତୀୟ ରାଜପଥ ସିଙ୍ଗାରି ଛକ ନିକଟରେ ସଡକ ଦୁର୍ଘଟଣା । ଟାଇଞ୍ଜନର ରାସ୍ତା କଡରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ । ମୃତ ଯୁବକ ଜଣକ ହେଉଛନ୍ତି ତେଲିବନ୍ଧ ପଂଚାୟତ ଅନ୍ତର୍ଗତ ଆନନ୍ଦପୁର ଗ୍ରାମର ଆର୍ତ୍ତତ୍ରାଣ ବେହେରା ବୋଲି ଜଣା ପଡିଛି ।ସୂଚନା ଅନୁଯାୟୀ ଗତକାଲି ରାତିରେ କୌଣସି କାମରେ ନିଜ ବାଇକ ଓଡ଼ି 31,k 4925 ଯୋଗେ ଟାଇଞ୍ଜନ ଗ୍ରାମକୁ ଆସିଥିଲେ କାମ ସାରି ନିଜ ଘରକୁ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା । ତେବେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଶୁକ୍ରବାର ସକାଳ ୭ ଟା ସମୟରେ ସ୍ଥାନୀୟ ଲୋକମାନେ ମୃତ ଯୁବକକୁ ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ବାଉଁଶୁଣି ଥାନା ଏସ ଆଇ ଆର.ଏନ ପ୍ରଧାନ ପୋଲିସ ସଦଲବଳେ ପହଞ୍ଚି ଶବକୁ ଜବତ କରୀ ତଦନ୍ତ ଆରମ୍ଭ କରିଛନ୍ତି । ପରେ ଶବକୁ ଜବତ କରି ବାଉଁଶୁଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ବାଉଁଶୁଣି ଥାନା ଅଧିକାରୀ ଅରୁଣ କୁମାର ସିଂହ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.