ହତ୍ୟା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ସମ୍ବଲପୁର : ଆଜି ଜିଲ୍ଲା ‌ଦୌରା ଜଜ୍ ଏମ୍‌.ଆର୍‌.ବାରିକ ଏକ ହତ୍ୟା ମାମଲାର ବିଚାରପତି ଧର୍ମ ମୁଣ୍ଡାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଧମା ଥାନା ବୁଦୁଆପାଲି ପାଣିଛତର ନିବାସୀ ଧର୍ମ ମୁଣ୍ଡା ନିଜ ସ୍ବାମୀଙ୍କୁ ହରାଇଥିବା ସାବିତ୍ରୀ ମୁଣ୍ଡାଙ୍କ ସହିତ ପତିପତ୍ନୀ ଭାବେ ସେଠାରେ ରହୁଥିଲେ। ତେବେ‌, ଗତ ୧୨ ସେପ୍‌ଟେମ୍ବର ୨୦୧୮ରେ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ରାଗି ଯାଇ ଧର୍ମ ପତ୍ନୀକୁ ସାବିତ୍ରୀଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ। ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସାବିତ୍ରୀଙ୍କ ମୁତ୍ୟୁ ଘଟିଥିଲା। ସାବିତ୍ରୀଙ୍କ ମା’ଙ୍କ ଅଭିଯୋଗକ୍ରମେ ଧମା ଥାନା ପୁଲିସ ଏକ ମାମଲା ରୁଜୁକରି ଧର୍ମକୁ ଗିରଫ କରିଥିଲା। ଏହି ମାମଲାରେ ଅଭିଯୁକ୍ତ ଧର୍ମ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଜିଲ୍ଲା ‌ଦୌରା ଜଜ୍ ଶ୍ରୀ ବାରିକ ଅଭିଯୁକ୍ତ ଧର୍ମ ମୁଣ୍ଡାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥି ସହିତ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଆହୁରି ୬ ମାସ କାରାଦଣ୍ଡାଦେଶ ହୋଇଛି। ସରକାରଙ୍କ ପକ୍ଷରୁ ପବ୍ଲିକ ପ୍ରସିକ୍ୟୁଟର ଦୀପ୍ତିରଂଜନ ଷେଣ୍ଢ ମାମଲା ପରିଚାଳନା କରୁଥିଲେ।

Leave A Reply

Your email address will not be published.