ଅଚେତ ଅବସ୍ଥାରେ ଉଦ୍ଧାର ଘଟଣା: ଲକ୍ଷାଧିକ ଟଙ୍କା ଫେରିପାଇବାରୁ ପୁଲିସକୁ କୃତଜ୍ଞତା ଜଣାଇଲେ ପରିବାର

ବ୍ୟାସନଗର : ନହକା ବାଇପାସ ଗୋଲେଇ ଛକ ରାସ୍ତାକଡ଼ରେ ଗତକାଲି ସନ୍ଧ୍ୟାରେ ନରେନ୍ଦ୍ର ତିୟୁ ଅଚେତ ଅବସ୍ଥାରେ ପଡ଼ିରହିଥିଲେ। ତାଙ୍କ ପକେଟରେ ଲକ୍ଷାଧିକ ଟଙ୍କା ଥିଲା। ଯାଜପୁର ରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚେତା ଫେରିବା ପରେ ଯାଜପୁର ରୋଡ୍‌ ପୁଲିସ ତାଙ୍କୁ ପରିବାର ଲୋକଙ୍କ ଜିମା ଦେଇଛନ୍ତି। ତାଙ୍କ ନିକଟରୁ ଉଦ୍ଧାର ହୋଇଥିବା ୧ଲକ୍ଷ ୧୯ ହଜାର ୨୫୦ ଟଙ୍କା ଆଜି ଫେରାଇ ଦେଇଛନ୍ତି। ପୁଲିସ ଏପରି କାର୍ଯ୍ୟ ପାଇଁ ପରିବାର ତରଫରୁ ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ, ଏଏସଆଇ ଅନିରୁଦ୍ଧ ବିଶ୍ଵାଳଙ୍କୁ ସେ ତାଙ୍କ ପରିବାର କୃତଜ୍ଞତା ଜଣାଇଛନ୍ତି।

Leave A Reply

Your email address will not be published.