ଏକାଧିକ ଚୋରିରେ ସଂପୃକ୍ତ ୭ ଅଭିଯୁକ୍ତ ଗିରଫ

ଛତିଆ : ବୈରୀ ଥାନା ଅନ୍ତର୍ଗତ କେତେକ ଅଞ୍ଚଳରେ ବିଭିନ୍ନ ଚୋରି ଘଟଣାରେ ସମ୍ପୃକ୍ତ ୭ଜଣ ଅଭିଯୁକ୍ତଙ୍କୁ ଗତ ୧୫ ତାରିଖ ରାତିରେ ବୈରୀ ପୁଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଏହି ଥାନା ଅନ୍ତର୍ଗତ ବନ୍ତଳା ପଞ୍ଚାୟତର ଉପୁଳା ପୋଲ ନିକଟରେ ରହୁଥିବା ଦଳିତ ସାହିର ଯଯାତି ପ୍ରଧାନ(୫୯), ବଚନ ପ୍ରଧାନ(୨୫), ରାଜୁ ପ୍ରଧାନ(୩୦), ଚନ୍ଦନ ପ୍ରଧାନ(୨୩), ଅଭି ଦାସ(୩୩), କୁମ୍ପା ପ୍ରଧାନ(୨୫), ଝରିଆ ପ୍ରଧାନ(୪୫)। ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ବୈରୀ ଥାନାର ଅଧିକାରୀ ପ୍ରଦୀପ କାନୁନଗୋ, ସୁବ୍ରତ ସାହୁ, ଜହର ଆବେଦିନ, ଅସ୍ରଫ ଅଲ୍ଲୀ ରାଜ, ଏକେ ଗିରି, ଜିତେନ୍ଦ୍ର ଖୁଣ୍ଟିଆ, ବିପି ପ୍ରଧାନ, ନନ୍ଦି ହେମ୍ବ୍ରମ, ମାଳତୀ ସୋଏ ପ୍ରମୁଖ ଚଢ଼ଉ କରିଥିଲେ।କିଛିଦିନ ହେଲା ଏହି ଅଞ୍ଚଳର ମନ୍ଦିର, ବିଭିନ୍ନ ଦୋକାନ ଓ ଘରୁ ଚୋରି ହୋଇଥିବା ବୈରୀ ଥାନାରେ ଅଭିଯୋଗ ହୋଇଥିଲା। ବୈରୀ ଥାନା କେସ୍‌ ନମ୍ବର ୩୪/୨୩ରେ ପୁଲିସ ଉପରୋକ୍ତ ଅଭିଯୁକ୍ତମାନଙ୍କୁ ଗତ ୧୫ ତାରିଖ ରାତିରେ ଗିରଫ କରିବା ସହ ସେମାନଙ୍କ ପାଖରୁ ୨୫ହଜାର ୭ଶହ ଟଙ୍କା, ଦୁଇଟି ପିତଳ ମୂର୍ତ୍ତି, ୨ହଳ ରୁପା ପାଉଁଜି, ୧୦ଟି ରୁପା ମୁଦି, ୪ଟି ମୋବାଇଲ, ଗୋଟିଏ ପିତଳ ପୂଜାଥାଳି, ପୂଜା ଘଣ୍ଟି ଜବତ କରାଯାଇଥିଲା। ସେହିପରି ସେମାନେ ବ୍ୟବହାର କରୁଥିବା ଲୁହାର ତ୍ରିଶୂଳ, ଛୁରୀ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରାଯାଇଛି। ଦଫା ୪୫୭ ଓ ୩୮୦ ରେ ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି। ବୈରୀ ଥାନା ପରିସରରେ ଏସ୍‌ଡିପିଓ ସଞ୍ଜୟ କୁମାର ପଟ୍ଟନାୟକ ଏକ ସମ୍ବାଦିକ ସମ୍ମିଳନୀ ଏନେଇ ସୂଚନା ଦେଇଥିଲେ।

Leave A Reply

Your email address will not be published.