‘ସମ୍ବାଦ’ କୁଇଜ୍ ଓ ଫଟୋ କ୍ୟାପ୍‌ସନ୍‌ ପ୍ରତିଯୋଗିତା

ସମ୍ବଲପୁର : ୨୩ତମ ସମ୍ବଲପୁର ପୁସ୍ତକ ମେଳା ପରିସରରେ ଚାଲିଥିବା ‘ସମ୍ବାଦ’ ଫଟୋ କ୍ୟାପ୍‌ସନ ଓ କୁଇଜ୍‌ ପ୍ରତିଯୋଗିତା ଶୁକ୍ରବାର ଉଦ୍‌ଯାପିତ ହୋଇଛି। ୪ ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, କର୍ମଜୀବୀ, ଗୃହିଣୀ, ବରିଷ୍ଠ ନାଗରିକ ଉତ୍ସାହର ସହ ଭାଗନେଇ ନିଜ ବୁଦ୍ଧିମତା ଓ ସୃଜନଶୀଳତାର ପରୀକ୍ଷା କରିବା ସହ ଆକର୍ଷଣୀୟ ପୁରସ୍କାର ମଧ୍ୟ ଜିତିଥିଲେ। ଶୁକ୍ରବାର ଶେଷ ଦିନରେ ଅନୁଷ୍ଠିତ ଫଟୋ କ୍ୟାପ୍‌ସନ ପ୍ରତିଯୋଗିତାରେ ଲରପଙ୍କ ହୀରାକୁଦର ଲକ୍ଷ୍ମୀ ପ୍ରସାଦ ମହାପାତ୍ର ପ୍ରଥମ, ଜଗନ୍ନାଥ କଲୋନି ବୁଢ଼ାରଜାର ପ୍ରକାଶ ଚନ୍ଦ୍ର ଦୀକ୍ଷିତ ଦ୍ବିତୀୟ ଏବଂ ଗୋପାଲପାଲି ସମ୍ବଲପୁରର ସଚିନ କୁମାର ବାବୁ ତୃତୀୟ ହୋଇଥିଲେ।

Leave A Reply

Your email address will not be published.