ଗାନ୍ଧୀ ସେବା ସଂଘ ପୁରୁବlଇ କନ୍ୟାଶ୍ରମରେ ୫ ଛାତ୍ରୀ ମସ୍ତିଷ୍କ ଜ୍ୱରରେ ପିଡୀତ

ସୋର :  ଆସିଲା ୫ ଛାତ୍ରୀଙ୍କ ରକ୍ତ ପରୀକ୍ଷା ରିପୋର୍ଟ। ୫ ଛାତ୍ରୀ ମସ୍ତିଷ୍କ ଜ୍ୱରରେ ପିଡୀତ। ସେମାନଙ୍କୁ ସୋରରୁ ବାଲେଶ୍ୱର ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଦୁଇଦିନ ତଳେ ଗାନ୍ଧୀ ସେବା ସଂଘ ପୁରୁବlଇ କନ୍ୟାଶ୍ରମର ୨୬ ଜଣ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ଜର, କାଶ ଓ ମୁଣ୍ଡ ବିନ୍ଧା ହେଉଥିଲା।ସେମାନଙ୍କୁ ଚିକିତ୍ସା ପାଇଁ ସୋର ଡାକ୍ତଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା କରାଯିବା ସହ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ରିପୋର୍ଟରେ ୫ ଛାତ୍ରୀଙ୍କ ମସ୍ତିଷ୍କ ଜ୍ୱର ହୋଇଥିବା ଜଣାପଡିଛି। ଅନ୍ୟ ୨୧ ଛାତ୍ରୀ ଏବେବି ସୋର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଘଟଣାସ୍ଥଳକୁ ଯାଇ ସ୍ଥିତି ଯାଞ୍ଚ କରିଛନ୍ତି।

Leave A Reply

Your email address will not be published.