ଆଜିଠୁ ରାଜଧାନୀରେ ଆଦିବାସୀ ମେଳା

ଭୁବନେଶ୍ୱର : ଆଜିଠୁ ରାଜଧାନୀରେ ଆରମ୍ଭ ହେବାକୁ ଯାଉଛି ଆଦିବାସୀ ମେଳା। ଭୁବନେଶ୍ୱର ୟୁନିଟ-୧ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେବ ଯାଉଛି ଆଦିବାସୀ ମେଳା । ଆଦିବାସୀ ମେଳା ଓ ସାଂସ୍କୃତିକ ଉତ୍ସବ-୨୦୨୩କୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ବିଭିନ୍ନ ଆଦିବାସୀ ସଂପ୍ରଦାୟର ଲୋକମାନେ ନିଜ ହାତ ତିଆରି ଜିନିଷ ନେଇ ଏହି ମେଳାକୁ ଆସିଛନ୍ତି । ଏଠାରେ ୧୦ଟି ଆଦିବାସୀ ଗାଁ ସମେତ ୧୨୧ଟି ଷ୍ଟଲ ରହିଛି। ପ୍ରତିଦିନ ଅପରାହ୍ଣ ୨ଟା ୩୦ରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ। ଆଦିବାସୀ ମେଳା ମାର୍ଚ୍ଚ ୧ ଯାଏ ଚାଲିବ ।

Leave A Reply

Your email address will not be published.