ପାକିସ୍ତାନରେ ମର୍ମନ୍ତୁଦ ବସ୍‌ ଦୁର୍ଘଟଣା: ୧୨ ମୃତ, ୫୦ ଗୁରୁତର

ପାକିସ୍ତାନ: ପାକିସ୍ତାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପାକିସ୍ତାନର କାଲକରହାର ସଲ୍ଟ ରେଞ୍ଜ ଅଞ୍ଚଳରେ ବସ୍‌ ଓଲଟିବା କାରଣରୁ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ୫୦ ଜଣରୁ ଅଧିକ ଆହତ ହୋଇଥିବା ଖବର ମିଳିଛି । ଏହି ବସ୍‌ଟି ଇସଲାମାବାଦରୁ ଲାହୋର ଯାଉଥିଲା । ବସର ବ୍ରେକ୍‌ ହଠାତ୍‌ ଫେଲ ହୋଇଯିବା କାରଣରୁ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଆହତଙ୍କୁ ହସପିଟାଲରେ ଭର୍ତ୍ତି କରିଛନ୍ତି । ସୂଚନା ମୁତାବକ, ପାକିସ୍ତାନର କାଲକରହାର ନିକଟରେ ବସ୍‌ର ବ୍ରେକ ଫେଲ୍‌ ହେବାରୁ ଅନ୍ୟ ପଟୁ ଆସୁଥିବା ଏକ କାର ସହିତ ବସ୍‌ ଧକ୍କା ହୋଇଥିଲା। ଧକ୍କା ହେବା ଫଳରେ ବସ୍‌ଟି ଖାଇକୁ ଖସିପଡିଥିଲା । କାର ଓ ବସ୍‌ ଖାଇକୁ ଖସିବା ଯୋଗୁଁ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଆଉ ଏଥିରେ ମହିଳା ଏବଂ ପିଲାଙ୍କ ସମେତ ୫୦ ଜଣ ଗୁରୁତର ଆହତ ହୋଇଛନ୍ତି । ବସଟି ଇସଲାମାବାଦରୁ ଲାହୋର ଯାଉଥିଲା । ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛି । ମୃତଦେହକୁ ଉଦ୍ଧାର କରିବା ସହିତ ଆହତଙ୍କୁ ହସପିଟାଲରେ ଭର୍ତ୍ତି କରିଛି । ଅନେକ ଆହତଙ୍କ ଅବସ୍ଥା ଗୁରୁତର ରହିଛି । ମୃତକଙ୍କ ସଂଖ୍ୟା ଆଗକୁ ବଢିପାରେ ବୋଲି ସୂଚନା ରହିଛି।

Leave A Reply

Your email address will not be published.