ରାଜଧାନୀ ଭୁବନେଶ୍ୱରରେ ଆଦିବାସୀ ଅଞ୍ଚଳର ଝଲକ: ଜଙ୍ଗଲ ଜାତ ଦ୍ରବ୍ୟ କିଣିବା ସହ ଖାଦ୍ୟ ବଜାରରେ ଜମୁଛି ଭିଡ

ଭୁବନେଶ୍ୱର : କି ଆକର୍ଷଣୀୟ ଦ୍ରୁଶ୍ଯ। ଦେଖିଲେ ଆଖି ଯିବାଟା ଥୟ। ସୁନ୍ଦର ସୁନ୍ଦର ଚାଳ ଛପର ତା ସାଙ୍ଗକୁ ମାଟି କାନ୍ଥର ଘର। ଘର ଗୁଡ଼ିକ ସବୁ ମାଟିରେ ଲିପା ପୋଛା ହୋଇଛି । ତା ସହିତ ଆଦିବାସୀ ଚାଲି ଚଳଣୀର ଝଲକ ଦେଖିବାକୁ ମିଳୁଛି ଏବଂ ଆଦିବାସୀ ଗ୍ରାମ, ଜନଜାତି ସ୍ୱୟଂ ସହାୟକା ଗୋଷ୍ଠୀ ପ୍ରକୋଷ୍ଠ , ଆଦିବାସୀ ହାଟ, ଆଦିବାସୀ କଳା ସାମଗ୍ରୀ ସହିତ ଖାଦ୍ୟ ବଜାର ଆଦି ପ୍ରସ୍ତୁତ କରାଯାଇଛି । ଏହି ଆଦିବାସୀ ଅଞ୍ଚଳ ଦେଖିବାକୁ ମିଳୁଛି ରାଜଧାନୀ ଭୁବନେଶ୍ୱରରେ । ଭୁବନେଶ୍ୱର ୟୁନିଟ ୱାନ୍ ଆଦିବାସୀ ପଡିଆରେ ଉଦଘାଟିତ ହୋଇଛି ଆଦିବାସୀ ମେଳା ୨୦୨୩ । ଏହାକୁ ଉଦଘାଟନ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ମେଳାରେ ଚଳିତ ବର୍ଷ ୧୦ ଟି ଆଦିବାସୀ ଗ୍ରାମ ସମେତ ୧୨୧ ଟି ଷ୍ଟଲରେ ଜନଜାତି ମାନେ ସେମାନଙ୍କ କଳା ସାମଗ୍ରୀ, ଜଙ୍ଗଲ ଜାତ ଦ୍ରବ୍ଯ ଆଦି ପ୍ରଦର୍ଶିତ କରିବା ସହିତ ବିକ୍ରି ବଟା କରୁଛନ୍ତି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ତଥା ପଛୁଆ କଲ୍ୟାଣ ବିଭାଗ ପକ୍ଷରୁ ଏହି ଆଦିବାସୀ ମେଳା ୨୦୨୩ ଅନୁଷ୍ଠିତ ହେଉଛି । ଗତ ବର୍ଷ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହୋଇଥିବା ବେଳେ ଚଳିତ ବର୍ଷ ଏହା ପୁଣି ପୁରୁଣା ଠିକଣାକୁ ଫେରିଛି।

Leave A Reply

Your email address will not be published.