ରାସ୍ତାରେ ପ୍ରେମୀଯୁଗଳ ହଟହଟା, ରଂଗ ନମ୍ବରରୁ ଗଢି ଉଠିଲା ପ୍ରେମ, ମହିଳାଙ୍କୁ ନେଇ ଯୁବକ ଫେରାର

କେନ୍ୟୁଜ୍‌: ରାସ୍ତା ଉପରେ ପ୍ରେମୀ ଯୁଗଳ ହଟହଟା । ଛେଚା ଖାଇଲା ପ୍ରେମିକ । ପ୍ରେମିକର ଅବସ୍ଥା କହିଲେ ନସରେ । ଲୋକଙ୍କଠୁ ମାଡ଼ ସାଙ୍ଗକୁ ଗାଳି । ଯିଏ ଯେମିତି ପାରିଲା ବାଡ଼େଇ ଦେଇଗଲା । କହିବାକୁ ଗଲେ ପୁରା ପବ୍ଲିକ ମାଡ଼ । ଲୋକଙ୍କ ଭିତରୁ ଜଣେ କହୁଛନ୍ତି ମଜା ଲାଗୁଥିଲା । କଥା ହେବାରୁ ନେଇକି ଆସିଲୁ । ମଜା ଲାଗୁଥିଲା ତତେ । ତା ପରିବାର ଟାକୁ ବରବାଦ କରି ଧରିକି ପଳେଇ ଆସିଲୁ । ୨ଟା ଛୁଆ ଅଛି ୨୬ବର୍ଷ ହେବ । ଭାଇ ମୁହଁଟା ଦେଖେଇଲ । ଏମିତି କହି ଚୁଟିକୁ ଧରି ମାରି ଚାଲିଛନ୍ତି । କହୁଛନ୍ତି ମୁହଁ ସାଇଜ ହୋଇଯିବ । ପ୍ରେମିକ ଅବସ୍ଥା କିନ୍ତୁ ପୁରା ବେହାଲ ମୁହଁପୁରା କଳାକାଠ ପଡ଼ି ଯାଇଛି । ମୁହଁ ତଳକୁ କରି ସହି ଚାଲିଛି । କଣ କରିବ ବିଚରା ଅକଳରେ ପଡ଼ିଯାଇଛି । ଏପଟେ ସ୍ୱାମୀଙ୍କ ହାତକୁ ଧରି କାନ୍ଦି ଚାଲିଛି ସ୍ତ୍ରୀ । ଏହାସହ ପାଖରେ ରୁଣ୍ଡ ହୋଇ ଯାଇଛନ୍ତି ଅନେକ ଲୋକ । ଆଉ ପଚାରୁଛନ୍ତି ଘର କୋଉଠି । ମହିଳା ଜଣକ କିନ୍ତୁ କିଛି କହିପାରୁ ନାହାଁନ୍ତି କେବଳ କାନ୍ଦି ଚାଲିଛନ୍ତି । ଭୁଲ ତ କରିଦେଇଛନ୍ତି, ଏବେ ପଶ୍ଚାତାପରେ କାନ୍ଦି ଚାଲିଛନ୍ତି । ସ୍ୱାମୀ ହାତଧରି ନେହୁରା ହେଉଛନ୍ତି କ୍ଷମା କରିଦେବାକୁ । ସ୍ୱାମୀକିନ୍ତୁ ରାଗିକି ପଞ୍ଚମ । ରାଗ ଲାଗିବା ବି ସ୍ୱାଭାବିକ । ଲୋକେ କିନ୍ତୁ କହୁଛନ୍ତି ବାଡ଼େଇବେନି ।

Leave A Reply

Your email address will not be published.