ଆଦିବାସୀ ମହିଳାଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ, ଦୁଇଦିନ ପରେ ଅଚେତ ଅବସ୍ଥାରେ ଉଦ୍ଧାର

କଟକ: କଟକରେ ଚାଞ୍ଚଲ୍ୟ। ଆଦିବାସୀ ମହିଳାଙ୍କୁ ଅପହରଣ କରି ଦୁଷ୍କର୍ମ ଅଭିଯୋଗ। କ୍ୟାଣ୍ଟନମେଣ୍ଟ ଥାନା ଅଂଚଳରେ ଘଟିଛି ଏଭଳି ଘଟଣା। କଳାବିକାଶ କେନ୍ଦ୍ର ନିକଟସ୍ଥ ଏକ ବସ୍ତିରେ ରହୁଛନ୍ତି ମହିଳା। ଉକ୍ତ ମହିଳା ଜଣେ ରାଜମିସ୍ତ୍ରୀଙ୍କ ପତ୍ନୀ। ଏକ ଅଟୋରେ ଅପହରଣ କରାଯାଇଥିଲା ପରେ ଏକ ଘରେ ଦୁଇ ଦିନ ଧରି ରଖି ଏକାଧିକ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ନରାଜ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ନିକଟସ୍ଥ ଅଞ୍ଚଳରୁ ସଂଜ୍ଞାହୀନ ଅବସ୍ଥାରେ ମିଳିଥିଲେ ମହିଳା। ପାଣି ଛିଞ୍ଚି ସାଷ୍ଟାମ କରିବା ପରେ ମହିଳାଙ୍କ ଚେତା ଫେରିଥିଲା। ସେ ତାଙ୍କ ସ୍ବାମୀଙ୍କ ଠିକଣା ଓ ନମ୍ବର ଦେଇଥିଲେ। ତାଙ୍କ ସ୍ବାମୀଙ୍କୁ ଖବର ଦିଆଯିବା ପରେ ସେ ଯାଇ ତାଙ୍କୁ ସେଠାରୁ ଆଣିଥିଲେ। ଘରକୁ ଫେରି ମହିଳା ଜଣକ ସଂପୂର୍ଣ୍ଣ ଘଟଣା ସଂପର୍କରେ ବର୍ଣ୍ଣନା କରିଥିଲେ। ତାଙ୍କୁ ଏକ ଘରେ ରଖି ଦୁଇ ଦିନ ଭିତରେ ୭/୮ ଜଣ ଦୁଷ୍କର୍ମ କରିଥିବା କହିଥିଲେ। ତାଙ୍କ ଶରୀରରେ ବି ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ତେବେ ଏନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନ ଥିବା କହୁଛି କମିଶନରେଟ ପୋଲିସ।

Leave A Reply

Your email address will not be published.