କୋଇଲା ମାଫିଆଙ୍କ ଗାଡ଼ି ଧକ୍କାରେ ଜଣେ ମୃତ, ଘଟଣାସ୍ଥଳରେ ଟ୍ରକକୁ ଜାଲିଦେଲେ ଉତ୍ତ୍ୟକ୍ତ ଲୋକେ

ଭଦ୍ରକ : କୋଇଲା ମାଫିଆଙ୍କ ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ । ଘଟଣାସ୍ଥଳରେ କୋଇଲା ବୋଝେଇ ଟ୍ରକକୁ ଜାଲିଦେଲେ ଉତ୍ତ୍ୟକ୍ତ ଲୋକେ । ଭଦ୍ରକ ଜିଲ୍ଲା ପୀରହାଟ ଥାନା ଦୋହରା ସାହି ଅଞ୍ଚଳରେ ଗତକାଲି ରାତିରେ ଘଟିଛି ଘଟଣା । ମୃତ ବ୍ୟକ୍ତି ହେଲେ ବାହାବଲପୁର ପଞ୍ଚାୟତ କହ୍ନେଇବିନ୍ଧା ଗାଁର ଶରତ ବାରିକ । ସେ ଗତକାଲି ରାତିରେ ବେଆଇନ୍‌ କୋଇଲା କାରବାରକୁ ବିରୋଧ କରିବାରୁ କୋଇଲା ମାଫିଆମାନେ ଗାଡ଼ି ଚଢ଼ାଇ ତାଙ୍କୁ ମାରିଦେଇଥିବା ଅଭିଯୋଗ । ଘଟଣାସ୍ଥଳରେ କୋଇଲା ସହ ଜେସିବି ମେସିନକୁ ଅଟକ ରଖିଛନ୍ତି ସ୍ଥାନୀୟ ଲୋକେ ।

Leave A Reply

Your email address will not be published.