ପ୍ରତିଶୃତି ମିଳିବା ସତ୍ତ୍ୱେ ଅଟକିଲାନି ଟ୍ରେନ : ବାମରା ଷ୍ଟେସନରେ ଉତ୍ତେଜନା

ଝାରସୁଗୁଡା : ବାମରା ଷ୍ଟେସନରେ ଉତ୍ତେଜନା। ଏକ୍ସପ୍ରେସ୍‌ ଟ୍ରେନ୍‌ ରହଣି ଦାବିରେ ଉତ୍ତେଜନା । ଷ୍ଟେସନ୍‌ରେ ରେଳ ରହଣୀ ଦାବିରେ ଗତକାଲି ରେଳରୋକ୍‌ କରାଯାଇଥିଲା । ୧୦ ଘଣ୍ଟା ପରେ ୪ଟି ରେଳ ରହଣୀ ପାଇଁ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।ହେଲେ ଆଜି ସକାଳୁ ଷ୍ଟେସନରେ କୌଣସି ରେଳ ନ ରହିବାରୁ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି । ଅନ୍ୟପଟେ ଟିକେଟ କାଉଣ୍ଟରରର ପିଆରଏସ୍‌ ମେସିନ୍‌ ଓ ୟୁଟିଏସ୍‌ ମେସିନ୍‌ ହଟାଇ ରେଳ ବିଭାଗ ଦ୍ୱାରା ତାଲା ପକାଯାଇଛି । ଷ୍ଟେସନ୍‌ ମ୍ୟାନେଜର ପ୍ୟାନେଲ ରୁମକୁ ଉତ୍ୟକ୍ତ ଲୋକ ତାଲା ପକାଇ ଦେଇଛନ୍ତି । ସିଗନାଲ ନପାଇ ଷ୍ଟେସନରେ ଆଜାଦ ହିନ୍ଦ ଏକ୍ସପ୍ରେସ୍‌ ଅଟକି ରହିଛି । ଅନ୍ୟ ସମସ୍ତ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ବିଭିନ୍ନ ଷ୍ଟେସନରେ ଅନେକ ଟ୍ରେନ ବି ଅଟକିଛି । ବୁଧବାର ବାମରା ଷ୍ଟେସନରେ ବିଭିନ୍ନ ଟ୍ରେନ ରହଣୀ ଦାବିରେ ସ୍ଥାନୀୟ ଲୋକେ ଆନ୍ଦୋଳନ କରିଥିଲେ।

Leave A Reply

Your email address will not be published.