କେନ୍ଦ୍ର ସରକାରଙ୍କ ନୂଆ ନିଷ୍ପତ୍ତି : ଏଣିକି ୬ ବର୍ଷରେ କ୍ଲାସ୍ ଓ୍ବାନ୍ ପଢ଼ିବେ ପିଲା

ରାଜ୍ୟ : ବଦଳିଲା ନାମଲେଖା ବୟସ ସୀମା, ଏଣିକି ୬ବର୍ଷରେ କ୍ଲାସ୍ ଓ୍ବାନ୍ ପଢ଼ିବେ ପିଲା। ନୂଆ ଜାତୀୟ ଶିକ୍ଷା ନୀତି ଆଧାରରେ ୬ବର୍ଷ ବୟସରେ ପିଲାଙ୍କର ପ୍ରଥମ ଶ୍ରେଣୀରେ ନାମ ଲେଖାଇବେ ଅଭିଭାବକ। ନୂଆ ଶିକ୍ଷାନୀତି ଅନୁସାରେ ଏପରି ନିଷ୍ପତ୍ତି ନେଇଛି କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ । ନୂଆ ନୀତି ଆପଣାଇନଥିବା ରାଜ୍ୟକୁ ପରାମର୍ଶ ଦେଲା କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ। ଯେଉଁ ରାଜ୍ୟ ସରକାର ନୂଆ ଶିକ୍ଷା ନୀତିକୁ ଆପଣାଇଛନ୍ତି, ସେମାନେ ଏହି ନିୟମ ଲାଗୁ କରିବେ । ତେବେ ଯେଉଁ ରାଜ୍ୟ ଏହାକୁ ଲାଗୁ କରିନାହାନ୍ତି ସେମାନେ ନୂଆ ଶିକ୍ଷାନୀତିର ଏହି ନିୟମକୁ ଲାଗୁ କରିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି ।ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏହି ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର । ୩ବର୍ଷରୁ ପିଲାଙ୍କୁ ପ୍ଲେ-ସ୍କୁଲ ପଠାଯିବା ସହ ୬ବର୍ଷରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ଚିଠିରେ ଉଲ୍ଲେଖ କରାଯାଇଛି।

Leave A Reply

Your email address will not be published.