ପିକଅପ୍ ଭ୍ୟାନକୁ ଧକ୍କା ଦେଲା ଟ୍ରକ୍ ପରିବାରର ୧୧ ମୃତ, ଅନେକ ଗୁରୁତର

ନୂଆଦିଲ୍ଲୀ : ପିକଅପ୍ ଭ୍ୟାନ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଗଲା ୧୧ ଜୀବନ । ମୃତକ ସମସ୍ତେ ଗୋଟିଏ ପରିବାରର। ଛତିଶଗଡ଼ ବଲୋଦା ବଜାର ଭାତପରାରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ଅନ୍ୟ ୧୨ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଛତିଶଗଡ଼ ଭାଟାପାର ଖମରିୟା ଗ୍ରାମ ନିକଟରେ ଟ୍ରକ୍ ଏବଂ ପିକ୍‌ଅପ୍‌ ମାଲବାହୀ ଗାଡ଼ି ଧକ୍କାରେ ୧୧ ଜଣକ ମୃତ୍ୟୁ ହୋଇଛି। ବଲୋଦା ବଜାର ଭାତପରାରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ଅନ୍ୟ ୧୨ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସାହୁ ପରିବାରର ସଦସ୍ୟମାନେ ଯାଉଥିବାବେଳେ ପିକଅପ୍‌ ଭ୍ୟାନକୁ ଧକ୍କା ଦେଇଥିଲା ଟ୍ରକ୍‌।ଘଟଣାରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ନେଇ କହିଛନ୍ତି ଭାଟାପାରା ଗ୍ରାମୀଣ ଥାନା ଏସଆଇ ସଞ୍ଜୀବ ସିଂହ ରାଜପୂତ ତେବେ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି କହିଛନ୍ତି ବଲୌଦା ବାଜାର ଏସପି ଦୀପକ ଝା।

Leave A Reply

Your email address will not be published.