ଶିକ୍ଷକଙ୍କ ବଦଳି ବାତିଲ ଦାବିରେ ଗେଟରେ ଝୁଲିଛି ତାଲା

ବାଲେଶ୍ୱର : ଶିକ୍ଷକଙ୍କ ବଦଳି ବାତିଲ ଦାବିରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଧାରଣା। ସ୍କୁଲ ଗେଟରେ ତାଲା ପକାଇ ଧାରଣା ଦେଇଥିଲେ । ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ମିଟୁଆଣି ଗାଁର ଶମ୍ଭୁସୀତା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଧାରଣାରେ ବସିଥିଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ମାତ୍ର ୬ଜଣ ଶିକ୍ଷକ ରହିଛନ୍ତି। ଇଂରାଜୀ ଶିକ୍ଷକ ମାଧବ ଚନ୍ଦ୍ର ପଣ୍ଡାଙ୍କ ବଦଳି ହୋଇଛି । ଶିକ୍ଷକ ବଦଳି ଦ୍ୱାରା ପିଲାମାନଙ୍କ ପାଠ ପଢ଼ା ବ୍ୟାଘାତ ହେବ ବୋଲି ଅଭିଯୋଗ ହୋଇଛି । ଆଗକୁ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଥିବାରୁ ଏବେ ଶିକ୍ଷକଙ୍କ ବଦଳିହେଲେ ପିଲାମାନଙ୍କ ପାଠପଢ଼ାରେ ବ୍ୟାଘାତ ହେବବୋଲି ଅଭିଭାବକ ଏବଂ ଛାତ୍ରଛାତ୍ରୀମାନେ ଅଭିଯୋଗ କରିବା ସହିତ ସ୍କୁଲ ଗେଟରେ ତାଲା ପକାଇ ସ୍କୁଲ ଆଗରେ ଧାରଣାରେ ବସିଛନ୍ତି।

Leave A Reply

Your email address will not be published.