ସାବଧାନ! ଏଣିକି ଟ୍ରାଫିକ୍‌ ଉଲ୍ଲଂଘନକାରୀଙ୍କୁ ଆଉ ନିସ୍ତାର ନାହିଁ, ଭୁବନେଶ୍ୱରର ଏହି ସବୁ ପ୍ରମୁଖ ଛକରେ ଲାଗିଛି ସିସି କ୍ୟାମେରା

ଭୁବନେଶ୍ୱର : ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟିଛି। ଟ୍ରାଫିକ୍‌ ଉଲ୍ଲଂଘନକାରୀଙ୍କୁ ଆଉ ନିସ୍ତାର ନାହିଁ। କାରଣ କନିଶନରେଟ ପୋଲିସ ତରଫରୁ ଜଣାଇ ଦିଆଯାଇଛି ଯେ ଅପରାଧିକ କାର୍ଯ୍ୟକଳାପ ରୋକିବା, ଟ୍ରାଫିକ୍‌ ନିୟନ୍ତ୍ରଣ, ସହରବାସୀଙ୍କ ସୁରକ୍ଷାକୁ କଡ଼ାକଡି କରିବାକୁ ଭୁବନେଶ୍ୱରର ପ୍ରମୁଖ ଛକ ଲାଗିଛି ୩୨ଟି ସିସି କ୍ୟାମେରା। କେବଳ ଡ୍ରାଇଭିଂ ଲାଇସେନ୍ସ, ଫିଟ୍‌ନେସ ଭଳି ଗାଡ଼ି କାଗଜପତ୍ରକୁ ଛାଡ଼ିଦେଲେ ଅନ୍ୟ ସବୁ କ୍ଷେତ୍ରରେ ନୂଆ ଟ୍ରାଫିକ ନିୟମ କଡ଼ା କଡ଼ି ଭାବେ ଲାଗୁ ହେବ। ସବୁଠାରୁ ବଡ଼ କଥା ହେଉଛି ରାଜଧାନୀ ଭୁବନେଶ୍ୱରରେ ପୁଲିସ୍ ଉଲ୍ଲଂଘନକାରୀଙ୍କ ସହିତ ଝଗଡ଼ା କରିବା ନାହିଁ। ନିୟମ ନମାନି ଖସିଗଲେ ଧରିନେବ ସିସିଟିଭି। ଆଉ ସେହି ଆଧାରରେ କରାଯିବ ଜୋରିମାନା। ସେହି ଚାଲାଣ ଡାକରେ ସିଧା ଯିବ ଘରକୁ।

Leave A Reply

Your email address will not be published.