କାମେଶ୍ୱର ମହାଦେବଙ୍କ ପୀଠରେ ୭ଦିନ ଧରି ପାଳିତ ହୋଇଛି ନିଆରା ଜାଗର ଯାତ୍ରା

କେନ୍ଦ୍ରାପଡା: ସନାତନ ପରମ୍ପରାରେ ଶିବଙ୍କର ପୂଜାର ବହୁତ ମହତ୍ତ୍ବ ରହିଛି। ଭଗବାନ ଶିବ କଲ୍ୟାଣ କାରୀ। ସମସ୍ତ ମନଷ୍କାମନାକୁ ପୂର୍ଣ୍ଣ କରିବା ପାଇଁ ଶକ୍ତି-ଶିବଲିଙ୍ଗରେ ଅଭିଷେକ ସମାହିତ ରହିଥାଏ। ଭଗବାନ ଶିବ ସମସ୍ତ ଦୁଃଖକୁ ଦୂର କରିଦିଅନ୍ତି। ହିନ୍ଦୁ ପରମ୍ପରାରେ ଥିବା ତ୍ରିଦେବଙ୍କ ମଧ୍ୟରୁ ମହାଦେବଙ୍କ ସ୍ଥାନ ଖୁବ ସ୍ୱତନ୍ତ୍ର। ହିନ୍ଦୁ ଧର୍ମରେ ପ୍ରାଚୀନ ଯୁଗରୁ ଭଗବାନ ଶିବଙ୍କର ପୂଜା ହୋଇଆସୁଛି। ପୁରାଣ ଅନୁସାରେ ଭଗବାନ ଶିବ ହିଁ ବ୍ରହ୍ମାଣ୍ଡର ଆଦି କାରଣ ଅଟନ୍ତି। ଚଳିତ ଥର ଜାଗର ଉପଲକ୍ଷେ ସମସ୍ତ ଶୈବପୀଠ ଚଳଚଞ୍ଚଳ ହୋଇପଡ଼ିଥିଲା। ଏହାରି ମଧ୍ୟରେ କାମେଶ୍ୱା ମହାଦେବ ପୀଠରେ ମଧ୍ୟ ଭକ୍ତଙ୍କର ଅନେକ ଗହଳି ଦେଖିବାକୁ ମିଳିଥିଲା। କେନ୍ଦ୍ରାପଡା ଜିଲ୍ଲାର ପ୍ରସିଦ୍ଧ ଓ ସର୍ବ ପୁରାତନ ଶୈବପୀଠ ବାବା କାମେଶ୍ବର ମହାଦେବ ପିଠ। ବାବାଙ୍କ ବାମ ପାର୍ଶ୍ୱରେ ବିରାଜିତ ମାଆ ଦୁର୍ଗା । ଗରଦପୁରୁ ବ୍ଲକ ଓ ମାର୍ଶାଘାଇ ବ୍ଲକ ମଧ୍ୟ ସ୍ଥଳ ଜିରାଳ ଠାରେ ଅବସ୍ଥିତ ଏହି ପ୍ରସିଦ୍ଧ ଶୈବପୀଠ। କାମେଶ୍ବର ମହାଦେବଙ୍କ ପିଠରେ କାହିଁ କେଉଁ କାଳରୁ ହୋଇଆସୁଛି ଯଜ୍ଞ ଓ ଜାଗର ଉତ୍ସବ। ଚଳିତ ବର୍ଷ ଜାଗର ଉପଲକ୍ଷେ ଆରମ୍ଭ ହୋଇଛି ସପ୍ତଦିନାତ୍ମକ ବିଶ୍ୱଶାନ୍ତି ମହାଯଜ୍ଞ।

Leave A Reply

Your email address will not be published.